ପରିକ୍ରମା ପ୍ରକଳ୍ପ: ନ୍ୟାୟାଳୟ ବଦଳିଲେ ଏଏସଆଇର ଆଭିମୁଖ୍ୟ ବଦଳୁଛି
ଭୁବନେଶ୍ୱର: ପୁରୀ ଐତିହ୍ୟ ପ୍ରକଳ୍ପ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ପରେ ଏଏସଆଇର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠିଛି। କାରଣ ଏହି ସର୍ବେକ୍ଷଣ ସଂସ୍ଥା ମନ୍ଦିର ପ୍ରସଙ୍ଗରେ ହାଇକୋର୍ଟରେ ଗୋଟିଏ କଥା କହୁଥିବା ବେଳେ ସୁପ୍ରିମକୋର୍ଟରେ ଆଉ ଏକ କଥା କହିଛି। ଯାହାକି ଅନେକ କାଳିଆ ପ୍ରେମୀଙ୍କୁ ଅସନ୍ତୁଷ୍ଟ କରିଛି ଏଥିସହ ଦ୍ୱନ୍ଦ୍ୱରେ ପକାଇଛି।
ସୁପ୍ରିମକୋର୍ଟରେ ଦୁଇ ଆବେଦନକାରୀ ଏବଂ ରାଜ୍ୟ ସରକାର ନିଜ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ। ଏହି ସମୟରେ ଏଏସାଇର ରିପୋର୍ଟ ଉପସ୍ଥାପନ ହୋଇଥିଲା ବିଚାପତିଙ୍କ ଆଗରେ। ଯେଉଁଥିରେ ଉଲ୍ଲେଖ ଥିଲା ସେଥିରେ ପୁରୀ ମନ୍ଦିର ପ୍ରକଳ୍ପ କାମ ନିୟମ ବହିର୍ଭୁତ ବାହାରେ ହୋଇନି । ଶୌଚାଳୟ, ଡ୍ରେନ ଓ ବିଦ୍ୟୁତ କାମ କରିବାରେ କୌଣସି ଅସୁବିଧା ନାହିଁ। ଏହାଦ୍ୱାରା ଶ୍ରୀମନ୍ଦିରକୁ କୌଣସି କ୍ଷତି ପହଞ୍ଚିବ ନାହିଁ।
ତେବେ ହାଇକୋର୍ଟରେ ଏଏସଆଇ ପୁରୀ ମନ୍ଦିର ପ୍ରସଙ୍ଗରେ ସତ୍ୟପାଠ ଦାଖଲ କରିବା ବେଳେ କହିଥିଲେ ପତ୍ନତତ୍ତ୍ୱ ବିଭାଗ ପକ୍ଷରୁ ମନ୍ଦିର ପାଖରେ ଖନନ ପାଇଁ ଆବଶ୍ୟକୀୟ ଅନୁମତି ଦିଆଯାଇନାହିଁ । ଅର୍ଥାତ ଯାହା କରୁଛନ୍ତି ରାଜ୍ୟ ସରକାର ତାହା ବେଆଇନ୍ । ସେହିପରି ଓଡ଼ିଶା ବ୍ରିଜ କନଷ୍ଟ୍ରକସନ୍ କର୍ପୋରେସନ୍- ଓବିସିସିର ଖନନ ଓ ମାଟିଉଠା ଫଳରେ ଐତିହ୍ୟସ୍ଥଳକୁ କ୍ଷତି ପହଂଚି ଥାଇପାରେ । ଅର୍ଥାତ୍ ମନ୍ଦିର ପ୍ରତି ବିପଦ ରହିଛି ବୋଲି କୁହାଯାଇଥିଲା। ସେହିପରିଜାତୀୟ ସ୍ମାରକୀ ପ୍ରାଧିକରଣ- ଏନଏମଏକୁ ଦେଖା ଯାଇଥିବା ଡିଜାଇନ ଓ ପରିବର୍ତ୍ତିତ ଡିପିଆରକୁ ବଦଳାଇ ଦିଆଯାଇଛି। ଅର୍ଥାତ ରାଜ୍ୟ ସରକାର ଯେଉଁ ଡିପିଆର ଦେଖାଇ ଅନୁମତି ଆଣିଥିଲେ ତାହା ପରବର୍ତ୍ତି ସମୟରେ ନିଜେ ନିଜେ ବଦଳାଇ ଦେଇ କାମ କରିଛନ୍ତି।
ତେବେ ଏଏସଆଇର ଆଞ୍ଚିଳିକ ଅଫିସର ଦଲିଲ ହାଇକୋର୍ଟରେ ଗୋଟିଏ ଏବଂ ସୁପ୍ରିମକୋର୍ଟରେ ଆଉ ଗୋଟିଏ କେମିତି ହେଲା ତାହା ଏବେ ବଡ ପ୍ରଶ୍ନ ଘେରରେ । କେଉଁ ସ୍ୱାର୍ଥ ପାଇଁ ଏଏସଆଇ ଦିନରେ ଗୋଟିଏ ରାତିରେ ଗୋଟିଏ ରୂପ ବଦଳାଇବା ଭଳି ଆଭିମୁଖ୍ୟ ଆପଣାଇଲେ ତାହା ଅନେକ ପ୍ରଶ୍ନକୁ ଉଜାଗର କରିଛି । ନା ହାଇକୋର୍ଟରେ ସତ୍ୟପାଠ ଦାଖଲ କରି ରାଜ୍ୟ ସରକାରଙ୍କ ମୁଖା ଖୋଲି ଦେବା ପରେ ସୁପ୍ରିମକୋର୍ଟର ଆଗରେ ସତ ପଦାକୁ ଆସିବା ପୂର୍ବରୁ ସଂପୃକ୍ତ କେନ୍ଦ୍ରୀୟ ସଂସ୍ଥା ଭିତିରିଆ ବୁଝାମଣା କରିଦେଇଛି ତାକୁ ନେଇ ଏବେ ଚର୍ଚ୍ଚା ବଢ଼ିଛି।
Comments are closed.