Latest Odisha News

BREAKING NEWS

ଖାକିରେ ଦାଗ: ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ମହିଳା ଥାନା ଏଏସଆଇ

ବ୍ରହ୍ମପୁର: ପୁଣି ଲାଗିଲା ଖାକିରେ ଦାଗ। ପୋଲିସ ଜନସାଧାରଣଙ୍କୁ ସେବା ଯୋଗାଇବା ବଦଳରେ ତାଙ୍କ ଠାରୁ ଲାଞ୍ଚ ଗ୍ରହଣ କରୁଛନ୍ତି ଖୋଦ ପୋଲିସ। ବୁଧବାର ଏମିତି ଏକ ଘଟଣା ଘଟାଇଛନ୍ତି ଜଣେ ମହିଳା ଥାନାର ମହିଳା ଏଏସଆଇ। ଭିଜିଲାନ୍ସ ଜାଲରେ ପଡିଛନ୍ତି ମହିଳା ପୋଲିସ। ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ମହିଳା ଥାନା ଏଏସଆଇ।

ମହିଳା ଥାନା ଏଏସଆଇ ବବିତା ସୁନାଙ୍କୁ ଧରିଲା ଭିଜିଲାନ୍ସ। ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ ବବିତା। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ ହୋଇଥିବା ବେଳେ ତାଙ୍କୁ ଗିରଫ କରାଯାଇଛି ବୋଲି ଭିଜିଲାନ୍ସ ଏସ୍‌ପି ପ୍ରଦୀପ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

ଟିମ୍‌ ମହିଳା ଥାନାରୁ ପୋଲିସ ଅଧିକାରୀ ବବିତା ସୁନାଙ୍କ ସମସ୍ତ କାଗଜପତ୍ର ଜବତ କରିଛି। ଏକ ମାମଲା ରଫାଦଫା ପାଇଁ ଉକ୍ତ ପୋଲିସ ଏଏସ୍‌ଆଇ ଜଣଙ୍କ ଟଙ୍କା ଲାଞ୍ଚ ନେଉଥିବା ଜଣାପଡ଼ିଛି। ତାଙ୍କର ବାସଭବନ ସମେତ ଅନେକ ସ୍ଥାନରେ ଟିମ୍‌ ଚଢ଼ାଉ କରିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି।

Comments are closed.