Latest Odisha News

ଶ୍ରୀମନ୍ଦିର ବାଇଶି ପାହାଚର ସ୍ଥିିତି ଅନୁଧ୍ୟାନ କଲା ASI ଟିମ୍‌

ପୁରୀ: ଶ୍ରୀମନ୍ଦିର ବାଇଶି ପାହାଚର ମରାମତି ହେବ । ଏଥିପାଇଁ ଆଜି ପ୍ରତ୍ନତତ୍ତ୍ୱ ବିଭାଗ ତଥା ଏଏସ୍‌ଆଇର ୫ ଜଣିଆ ଟିମ୍ ଶ୍ରୀମନ୍ଦିର ଯାଇ ବାଇଶି ପାହାଚର ଅବସ୍ଥା ଓ ସ୍ଥିତି ଅନୁଧ୍ୟାନ କରିଛି । ଏଥିସହ ମହାଲକ୍ଷ୍ମୀ ମନ୍ଦିର ଭିତରର ମଧ୍ୟ ସ୍ଥିତି ଅନୁଧ୍ୟାନ କରିଛନ୍ତି ଏଏସ୍‌ଆଇ ଟିମ୍ ।

ଆବଶ୍ୟକ ପଡ଼ିଲେ ଦୁର୍ବଳ ଓ ବହୁ ପୁରୁଣା ପଥର ହଟାଯାଇ ନୂଆ ପଥର ଯୋଡ଼ା ଯିବା ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି। ଏନେଇ ଆଜି ବାଇଶି ପାହାଚର ମାପଚୁପ୍ କରାଯାଇଛି। ସେହିପରି ମହାଲକ୍ଷ୍ମୀ ମନ୍ଦିର ମରାମତି ନେଇ ବି ଯାଞ୍ଚ ହୋଇଛି। ଆଜିର ଅନୁଧ୍ୟାନ ପରେ ଏଏସ୍ଆଇ ଟିମ୍ ଏନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଛତିଶା ନିଯୋଗ ସହ ଆଲୋଚନା ପରେ ପରବର୍ତ୍ତି ପଦକ୍ଷେପ ନେବ।

Leave A Reply

Your email address will not be published.