Latest Odisha News

BREAKING NEWS

ଭୂକମ୍ପର ଚାରିଦିନ ପରେ ଭଙ୍ଗା କୋଠା ତଳୁ ଉଦ୍ଧାର ହୋଇଛି ଏକ ଶିଶୁ କନ୍ୟା; ତୁର୍କୀ

ଇଜମିର: ତୁର୍କୀର ଉପକୂଳବର୍ତ୍ତୀ ସହର ଇଜମିରର ରିଲିଫ କର୍ମଚାରୀମାନେ ଶକ୍ତିଶାଳୀ ଭୂକମ୍ପ ହେବାର ଚାରି ଦିନ ପରେ ଆପାର୍ଟମେଣ୍ଟର ଅଳିଆ ଗଦାରୁ ଜଣେ ଶିଶୁ କନ୍ୟାକୁ ଉଦ୍ଧାର କରିଛନ୍ତି। ଆୟଦା ଗେଜଗିନ୍‌ ନାମକ ଏହି ଛୋଟ ଝିଅଟିକୁ ମଙ୍ଗଳବାର ଦିନ ଆମ୍ବୁଲାନ୍ସ ନିଆଯାଉଥିବାର ଦେଖିବାକୁ ମିଳିଥିଲା।

ଶୁକ୍ରବାର ଦିନ ହୋଇଥିବା ଶକ୍ତିଶାଳୀ ଭୂକମ୍ପ ପରେ ଝିଅଟି ପ୍ରାୟ ୯୧ ଘଣ୍ଟା ଧରି ଆବର୍ଜନା ତଳେ ପୋତି ରହିଥିଲା। ଏପର୍ଯ୍ୟନ୍ତ ୧୦୭ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ଏହି ଦୁର୍ଘଟଣାରେ ଆୟଦାଙ୍କ ମାଙ୍କର ମୃତ୍ୟୁ ଘଟିଥିଲା ​​ଏବଂ ପରେ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ଭୂକମ୍ପ ସମୟରେ ଆୟଦାଙ୍କ ଭାଇ ଓ ବାପା ବିଲଡିଂରେ ନଥିଲେ।

ଉଦ୍ଧାର କରିଥିବା ଜଣେ କର୍ମଚାରୀ ଗଣମାଧ୍ୟମକୁ କହିଛନ୍ତି ଯେ ସେ ଆଠ ମହଲା କୋଠାର ଆବର୍ଜନା ସଫା କରୁଥିବା ବେଳେ ସେ ଏହି ଝିଅଟିର କାନ୍ଦ ଶୁଣିବାକୁ ପାଇଥିଲେ। ସେ କହିଥିଲେ ଯେ ପରେ ବାଳିକା ବାସନ ଧୋଇବା ପାଇଁ ଥିବା ଏକ ମେସିନ୍ ପାଖରେ ଏକ ସଂକୀର୍ଣ୍ଣ ସ୍ଥାନରେ ଫସି ରହିଥିବା ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.