Latest Odisha News

ଆରମ୍ଭ ହେବ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ

ପୁରୀ : ଜୁଲାଇ ୧୩ରେ ଆରମ୍ଭ ହେବ ଏଏସଆଇଙ୍କ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ । ଏ ନେଇ ଆଜି ଏଏସଆଇ ସୁପେରିଟେଣ୍ଡ ଅରୁଣ ମଲ୍ଲିକଙ୍କ ନେତୃତ୍ୱରେ ୫ ଜଣିଆ ଏଏସଆଇ ବିଶେଷଜ୍ଞ ଟିମ୍ ଶ୍ରୀମନ୍ଦିର ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗତକାଲି ଶ୍ରୀମନ୍ଦିର ବୈଷୟିକ କୋର କମିଟି ମଧ୍ୟ ଏନେଇ ଅନୁଧ୍ୟାନ କରିସାରିଛନ୍ତି । ତେବେ ରଥଯାତ୍ରା ସମୟରେ କରାଯିବ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ ସହ ଲେଜର ସ୍କାନିଙ୍ଗ । ତାହା ସହ ସେ ସବୁର କରାଯିବ ଡକୁମେଣ୍ଟେସନ । ସେପଟେ ରଥଯାତ୍ରା ପରଦିନ ଠାରୁ ଆରମ୍ଭ ହେବ ରୁପାଦ୍ୱାର ଲଗାଯିବା କାର୍ଯ୍ୟ ।

ଏନେଇ ତିନୋଟି ପ୍ରମୁଖ ଦ୍ୱାର କଳାହାଟ , ବେହରଣ ଓ ଜୟ ବିଜୟ ଦ୍ୱାର ସହ ଭଣ୍ଡାର ଦ୍ଵାରକୁ ରୁପା ଛାଉଣୀ କରାଯିବ । ସେଥିପାଇଁ ପାଇଁ ନିଳାଦ୍ରୀ ଭକ୍ତନିବାସରେ ବର୍ମାଟିକ କାଠରେ ଦ୍ୱାର ନିର୍ମାଣ ଶେଷ ହୋଇଛି । ଅନ୍ୟପଟେ ଷ୍ଟିଲ ଫ୍ରେମରେ ରୁପା ଛାଉଣୀ କରାଯାଇ ଦ୍ୱାର ଉପରେ ବାଡ଼ିଆ ଯିବ । ତେବେ କିଭଳୀ କରାଯିବ ସେନେଇ ଏଏସଆଇ ବିଶେଷଜ୍ଞମାନେ ଅନୁଧ୍ୟାନ କରିବା ପରେ କାର୍ଯ୍ୟର ଅଗ୍ରଗତି ହେବ । ବାହାରକାଠ ନିକଟରେ ଏକ ସ୍ୱତନ୍ତ୍ର ଅସ୍ଥାୟୀ ଘର ନିର୍ମାଣ କରାଯାଇ ଶ୍ରୀବିଗ୍ରହଙ୍କ ସହ ରହୁଥିବା ମୂର୍ତିଙ୍କୁ ସିଂହାସନରୁ ଆଣି ପୂଜାର୍ଚ୍ଚନା କରାଯିବ ।

ପୁଣି ମହାପ୍ରଭୁ ନିଳାଦ୍ରୀବିଜେ ପରେ ରତ୍ନବେଦୀରେ ବିରାଜମାନ କରିବେ । ତେଣୁ ଏହି ସମୟରେ ମହାପ୍ରଭୁ ଗୁଣ୍ଡିଚା ଘରେ ଥିବାରୁ ଗର୍ଭଗୃହ ଯାଞ୍ଚ ସହ ରୁପାଦ୍ୱାର ଲଗାଯିବ ।ଏନେଇ ସେବାୟତଙ୍କ ପକ୍ଷରୁ ତଦାରଖ ପାଇଁ ଏକ ଟିମ୍ ଗଠନ ହୋଇଛି । ତେବେ ।ଗତକାଲି ମଧ୍ୟ ୧.୨ ଟନ ରୁପା ଆସି ପହଁଚିଥିବା ବେଳେ ସମୁଦାୟ ୨ ଟନ ରୂପାର ଆବଶ୍ୟକ ରହିଛି । . . .

Comments are closed.