ପୁରୀ: ଶ୍ରୀମନ୍ଦିର ବାଇଶି ପାହାଚର ହେବ ମରାମତି । ଏଏସଆଇର ଚାରଜଣିଆ ଟିମ ଏ ନେଇ ଅନୁଧ୍ୟାନ କରିଛନ୍ତି । ଶ୍ରୀମନ୍ଦିରରେ ପହଞ୍ଚି ବାଇଶି ପାହାଚର ଯାଞ୍ଚ କରିଛି ଏଏସ୍ଆଇ ଟିମ୍ । ପ୍ରତିଟି ପାହାଚର ପଥରକୁ ଗୁରୁତ୍ୱ ସହ ଯାଞ୍ଚ କରିଛି ଏଏସ୍ଆଇ ଟିମ୍ ।
ଖରାପ ପଥର ଥିଲେ ବଦଳାଯିବାର ବ୍ୟବସ୍ଥା ହେବ । ସେପଟେ ମହାଲକ୍ଷ୍ମୀ ମନ୍ଦିରର ମରାମତି ନେଇ ଯାଂଚ ହେବ । ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରାଯାଇ ମରାମତି କାମ ଆରମ୍ଭ ହେବ । ପୂର୍ବରୁ ଉତ୍ତର ଓ ପଶ୍ଚିମ ଦ୍ୱାର ପଟ ପାହାଚର ମରାମତି ହୋଇଥିଲା
Comments are closed.