Latest Odisha News

ଏସିଆ କପ ହକି: ସୁପର ୪ର ପ୍ରଥମ ମୁକାବିଲାରେ ଜାପାନକୁ ହରାଇଲା ଭାରତ

ଭୁବନେଶ୍ୱର: ଇଣ୍ଡୋନେସିଆର ଜାକାର୍ତାରେ ଅନୁଷ୍ଠିତ ଏସିଆ କପ ହକିରେ ଚାମ୍ପିୟନ ଭାରତ ତାର ପୂର୍ବ ଫର୍ମକୁ ଫେରିଛି । ଶନିବାର ସୁପର୪ର ପ୍ରଥମ ମୁକାବିଲାରେ ଭାରତ ସମସ୍ତ ବିଭାଗରେ ଭଲ ପ୍ରଦର୍ଶନ କରି ୨-୧ରେ ଜାପାନକୁ ପରାସ୍ତ କରିଛି । ଏଥିସହ ଟିମ ଇଣ୍ଡିଆ ପୁଲ ମ୍ୟାଚର ମଧୁର ପ୍ରତିଶୋଧ ନେଇପାରିଛି । ଏହି ମ୍ୟାଚରେ ଜାପାନ ୨-୫ରେ ଭାରତକୁ ଶୋଚନୀୟ ଭାବେ ପରାଜିତ କରିଥିଲା ।

ପଂଏଟ ଟେବୁଲରେ ଭାରତ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛି । ଅନ୍ୟ ଏକ ମୁକାବିଲାରେ କୋରିଆ ଓ ମାଲେସିଆ ମ୍ୟାଚ ୨-୨ରେ ଶେଷ ହୋଇଛି । ମେ ୨୯ରେ ଭାରତ ତାର ପରବର୍ତୀ ମୁକାବିଲାରେ ମାଲେସିଆକୁ ଭେଟିବ । ମନଜିତ ସିଂ ଓ ପବନ ରାଜଭର ଭାରତ ପକ୍ଷରୁ ଗୋଲ ସ୍କୋର କରିଥିବା ବେଳେ ଜାପାନର ତାକୁମା ନିବା ଏକମାତ୍ର ଗୋଲଟି ଦେଇଥିଲେ ।

Comments are closed.