Latest Odisha News

BREAKING NEWS

ଏସିଆ କପ ୨୦୨୩: ଶ୍ରୀଲଙ୍କାର ୨ କ୍ରିକେଟର କରୋନା ସଂକ୍ରମିତ

କଲମ୍ବୋ: ଏସିଆ କପ କ୍ରିକେଟରେ କରୋନା ପାଦ ଥାପିଛି । ରିପୋର୍ଟ ମୁତାବକ ୨ଜଣ ଶ୍ରୀଲଙ୍କା କ୍ରିକେଟର କରୋନା ପଜିଟିଭ ଅଛନ୍ତି । ଅଗଷ୍ଟ ୩୦ରୁ ଏସିଆ କପ ଆରମ୍ଭ ହେବ । ଶ୍ରୀଲଙ୍କାରେ ୯ ଏବଂ ପାକିସ୍ତାନରେ ୪ଟି ମ୍ୟାଚ ଖେଳାଯିବ । କରୋନା ସଂକ୍ରମିତ ହୋଇଥିବା ଖେଳାଳିମାନେ ହେଲେ ଅଭିଷ୍କା ଫର୍ଣ୍ଣାଣ୍ଡୋ ଓ କୁଶଳ ପେରିରା । ଏଲପିଏଲ ଅବସରରେ ସେମାନଙ୍କ ନିକଟରେ ଏହି ଲକ୍ଷଣ ଦେଖା ଦେଇଥିଲା । ଏସିଆ କପ ପାଇଁ ଶ୍ରୀଲଙ୍କା ଏ ପର୍ଯ୍ୟନ୍ତ ତାର ଦଳ ଘୋଷଣା କରି ନାହିଁ । ଅଗଷ୍ଟ ୩୧ରେ ବାଂଲାଦେଶ ବିପକ୍ଷରେ ଶ୍ରୀଲଙ୍କା ତାର ଅଭିଯାନ ଆରମ୍ଭ କରିବ । ତେବେ ଖେଳାଳି କରୋନା ସଂକ୍ରମିତ ହେବା ଅନ୍ୟ ଅଂଶଗ୍ରହଣକାରୀ ଟିମ ମ୍ୟାନେଜମେଂଟକୁ ଚିନ୍ତାରେ ପକାଇଛି ।

BjdElectrycity

ଅବଶ୍ୟ ଏ ସମ୍ପର୍କରେ କୌଣସି ବୟାନ ଜାରୀ କରାଯାଇ ନାହିଁ । ଏଥର ଏସିଆ କପ ହାଇବ୍ରିଡ ମଡେଲରେ ଖେଳାଯାଉଛି । ଏପରିକି କେତେକ ରିପୋର୍ଟ ଅନୁସାରେ ଏସିଆ କପକୁ ଆବଶ୍ୟକ ପଡିଲେ ଘୁଂଚାଇ ଦେବା ପାଇଁ ଯୋଜନା କରାଯାଉଛି । ଆଗକୁ ବିଶ୍ୱକପ ଥିବାରୁ କୌଣସି ଟିମ ଅନାବଶ୍ୟକ ଭାବେ ବିପଦ ମୁଣ୍ଡାଇବାକୁ ଚାହୁଁ ନାହାନ୍ତି ।

Leave A Reply

Your email address will not be published.