Latest Odisha News

BREAKING NEWS

ସମ୍ବଲପୁର ବିଶ୍ବବିଦ୍ୟାଳୟ: ପୁରୁଷ ସହକର୍ମୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା ପ୍ରଫେସର

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ମହିଳା ଆସିଷ୍ଟାଣ୍ଟ ପ୍ରଫେସର ତାଙ୍କ ଜଣେ ପୁରୁଷ ସହକର୍ମୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି।

ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ବିଶ୍ୱବିଦ୍ୟାଳୟର ସେହି ରାଜନୀତି ବିଜ୍ଞାନ ବିଭାଗରେ କାର୍ଯ୍ୟରତ ଜଣେ ପୁରୁଷ ଆସିଷ୍ଟାଣ୍ଟ ପ୍ରଫେସର ତାଙ୍କୁ ନିଶାସକ୍ତ ଅବସ୍ଥାରେ ବେଶ୍ କିଛି ମାସ ହେବ ହଇରାଣ କରୁଛନ୍ତି। କାମ କରିବାକୁ ଦେଉ ନାହାନ୍ତି।

ସେ ଅଭିଯୋଗ କରିଛନ୍ତି ଯେ ନିଲମ୍ବନରୁ ଫେରିବା ପରେ ବିଭାଗର ପରିବେଶ ପୁଣି ଜଣେ ମହିଳା ଭାବେ କାମ କରିବା ପାଇଁ ଅସୁରକ୍ଷିତ ହୋଇପଡ଼ିଛି। ସହକର୍ମୀ ଜଣଙ୍କ ତାଙ୍କୁ ନିଜ କର୍ତ୍ତବ୍ୟ ସମ୍ପାଦନରେ ଅନେକ ହଇରଣ କରିଚାଲିଛନ୍ତି। ନିଶାସକ୍ତ ଅବସ୍ଥାରେ କାମ କରିବାକୁ ନିର୍ଦ୍ଦେଶ ଦେଇଥାନ୍ତି ବୋଲି କୁଳପତିଙ୍କ ନିକଟକୁ ପଠାଇଥିବା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି।

ବିଶ୍ବବିଦ୍ୟାଳୟର ମହିଳା କର୍ମଚାରୀଙ୍କ ଆତ୍ମସମ୍ମାନର ସୁରକ୍ଷା ପାଇଁ କୁଳପତି ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କ ଅଭିଯୋଗର ସମାଧାନ ନକରନ୍ତି ତେବେ ସେ ଜାତୀୟ ମହିଳା କମିଶନଙ୍କ ଦ୍ୱାରସ୍ଥ ହେବାକୁ ବାଧ୍ୟ ହେବେ।

ସେପଟେ ଅଭିଯୋଗ ଆସିଥିବା ସମ୍ପୃକ୍ତ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ଅନ୍ୟପକ୍ଷରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏକ କମିଟି ଗଠନ କରି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Leave A Reply

Your email address will not be published.