ଦୋହା: ଏସିଆ କପ ରାଇଜିଂ ଷ୍ଟାର୍ସ କ୍ରିକେଟ ଟୁର୍ଣ୍ଣାମେଂଟର ରୋମାଂଚକର ସେମିଫାଇନାଲରେ ଭାରତ ସୁପର ଓଭରରେ ବାଂଲାଦେଶ ନିକଟରୁ ପରାଜିତ ହୋଇଛି । ରବିବାର ହେବାକୁ ଥିବା ଫାଇନାଲରେ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ସେମିଫାଇନାଲର ବିଜେତାକୁ ବାଂଲାଦେଶ ଭେଟିବ । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୨୦ ଓଭରରେ ୬ ୱିକେଟ ୧୯୪ ରନ କରିଥିଲା । ଜବାବରେ ଭାରତ ୨୦ ଓଭରରେ ସମାନ ୧୯୪ ରନ କରିଥିଲେ । ବୈଭବ ସୂର୍ଯ୍ୟବଂଶୀ ୩୮, ପ୍ରିୟାଂଶ ଆର୍ଯ୍ୟ ୪୪ ଓ ଜୀତେଶ ଶର୍ମା ୩୩ ରନ କରିଥିଲେ ।
ସୁପର ଓଭରରେ ଭାରତ ନିକଟରେ ମ୍ୟାଚ ଜିତିବା ପାଇଁ ସୁବର୍ଣ୍ଣ ସୁଯୋଗ ଥିଲେ ମଧ୍ୟ ଏହାକୁ ହାତଛଡା କରିଥିଲା । ରୀପନ ମଣ୍ଡଳଙ୍କ ପ୍ରଥମ ବଲରେ ଜୀତେଶ ଶର୍ମାଙ୍କୁ ଆଉଟ କରିଥିଲେ । ଏହାର ପରବର୍ତୀ ବଲରେ ଆଶୁତୋଷ ଶର୍ମା ମଧ୍ୟ ବଡ ଶଟ ଖେଳିବାକୁ ଯାଇ ଆଉଟ ହୋଇଥିଲେ । ନିୟମ ଅନୁସାରେ ୨ଜଣ ବ୍ୟାଟ୍ସମ୍ୟାନ ୦ରେ ଆଉଟ ହେବା ପରେ ବାଂଲାଦେଶ ସମ୍ମୁଖରେ ୧ ରନର ବିଜୟ ଲକ୍ଷ୍ୟ ରହିଥିଲା । ୟାସୀର ଅଲିଙ୍କୁ ପ୍ରଥମ ବଲରେ ସୂୟଶ ଶର୍ମା ଆଉଟ କରିଥିଲେ । ପରବର୍ତୀ ବଲ ୱାଇଡ ହେବାରୁ ବାଂଲାଦେଶ ବିଜୟ ହାସଲ କରିଥିଲା ।
Comments are closed.