ଦୁବାଇ: ଏସିଆକପ ଟ୍ରଫିକୁ ଏସୀୟ କ୍ରିକେଟ କାଉନ୍ସିଲର ହେଡକ୍ୱାର୍ଟର ଦୁବାଇରୁ ଆବୁଧାବିକୁ ଅଣାଯାଇଛି । ବିସିସିଆଇ ଜନୈକ ଅଧିକାରୀ ଏସିସି ମୂଖ୍ୟାଳୟରେ ପଂହଚିବା ପରେ ଏହି ଘଟଣା ଜାଣିବାକୁ ପାଇଥିଲେ । ଅଧିକାରୀଜଣଙ୍କ ଏ ସମ୍ପର୍କରେ ପଚାରିବାରୁ ଷ୍ଟାଫ କହିଥିଲେ ଟ୍ରଫି ଏସିସି ଚିଫ ମୋହସିନ ନକଭିଙ୍କ ପାଖରେ ଅଛି । ସେ ଏବେ ଆବୁଧାବିରେ ଅଛନ୍ତି । ବିସିସିଆଇ ଏସିଆ କପ ଟ୍ରଫି ଭାରତକୁ ଦେବା ପାଇଁ ଏସିସି ମୂଖ୍ୟଙ୍କୁ ଇମେଲ କରିଥିଲେ ।
ବିସିସିଆଇ ସେକ୍ରେଟାରୀ ଦେବଜିତ ସାଇକିଆ କହିଥିଲେ ନକଭି ଯଦି ଏଥିରେ ରାଜି ନ ହୁଅନ୍ତି ତେବେ ଆଇସିସିରେ କଥା ଉଠାଇବୁ । ପରେ ନକଭି କହିଥିଲେ ଟ୍ରଫି ଏସିସି ଅଫିସରେ ରଖାଯାଇଛି । ବିସିସିଆଇ କାହାକୁ ପଠାଇ ଏହା ନେଇପାରିବ । ସେପ୍ଟମ୍ବର ୨୮ରେ ଭାରତ ଫାଇନାଲରେ ପାକିସ୍ତାନକୁ ହରାଇ ଏସିଆ କପ ଟ୍ରଫି ଜିତିଥିଲା । ଭାରତୀୟ ଦଳ ନକଭିଙ୍କ ହାତରୁ ଟ୍ରଫି ନେବାକୁ ମନା କରିଥିଲେ । ନକଭି ଟ୍ରଫି ନେଇ ହୋଟେଲକୁ ପଳାଇ ଯାଇଥିଲେ ।
Comments are closed.