ଇମ୍ପାଲ: ଭାରତର ଉତର ପୂର୍ବାଂଚଳର ମଣିପୁର ଏକ ମନଲୋଭ ରାଜ୍ୟ । ଏଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ସୁସ୍ଥ ବାତାବରଣ ଏହାକୁ ଅନ୍ୟ ରାଜ୍ୟଠାରୁ ଭିନ୍ନ କରିଥାଏ । ଆଉ ଏଠାରେ ଅଛି ଏସିଆର ସବୁଠାରୁ ବଡ ମହିଳା ବଜାର । ଆଜ୍ଞା ହଁ.. କେବଳ ବିବାହିତ ମହିଳାଙ୍କୁ ବ୍ୟବସାୟ କରିବା ପାଇଁ ଅନୁମତି ପ୍ରଦାନ କରାଯାଇଥାଏ । ଯାହାକି ପର୍ଯ୍ୟଟକଙ୍କୁ ବିଶେଷ ଭାବେ ଆକୃଷ୍ଟ କରିଥାଏ । ବିବାହିତ ଏବଂ ବୟସ୍କ ମହିଳା ବ୍ୟବସାୟ କରୁଥିବାରୁ ଏଠାରେ ଏକ ଶୃଙ୍ଖଳିତ ପରିବେଶ ଦେଖିବାକୁ ମିଳିଥାଏ । ଘରୋଇ ସାମଗ୍ରୀଠାରୁ ଆରମ୍ଭ କରି ହସ୍ତକଳାର ସମସ୍ତ ପ୍ରକାର ପଦାର୍ଥ ଏଠାରେ ମିଳିଥାଏ । ରିପୋର୍ଟ ମୁତାବକ ପାଖାପାଖି ୫୦୦୦ ମହିଳା ଏଠାରେ ବ୍ୟବସାୟ କରିଥାନ୍ତି । ଏହି ବଜାରର ନାମ ହେଲା ଇମା କୀଥଲ ।
କେଉଁ କାଳରୁ ଏହି ବଜାର ଇମ୍ପାଲର ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇ ରହି ଆସିଛି । ଯଦି କୌଣସି ମହିଳା ବ୍ୟବସାୟ କରିବାକୁ ଚାହିଁଥାଏ ଅଥଚ ପାଖରେ ଅର୍ଥ ନ ଥାଏ ତାହାହେଲେ ଏହି ବଜାରର ସଂଘ ସହଯୋଗ କରିଥାଏ । ବ୍ୟବସାୟ କରିବା ପରେ ମହିଳାଜଣକ ଅଳ୍ପ ଅଳ୍ପ କରି ଅର୍ଥ ଶୁଝିଥାଏ । ସାରା ଭାରତର କରେଂଟ ଆଫାୟର୍ସ ଏଠାରେ ଆଲୋଚନା କରା ଯାଇଥାଏ । ମଣିପୁରର ଏହି ବ୍ୟବସାୟୀ ସଂଘ ଅନ୍ୟ ରାଜ୍ୟ ଏବଂ ଦେଶ ପାଇଁ ଆଦର୍ଶ ସାଜିଛନ୍ତି କହିଲେ ଭୁଲ ହେବନିବ
Comments are closed.