ନୂଆଦିଲ୍ଲୀ:ଗୁରୁବାର ଏସୀୟ ଆଥଲେଟିକ୍ସ ଚାମ୍ପିଅନସିପରେ ଜାତୀୟ ରେକର୍ଡଧାରୀ ଅବିନାଶ ସାବଲେ ତାଙ୍କ ସିଜନର ଶ୍ରେଷ୍ଠ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୩୬ ବର୍ଷ ପରେ ଏହି ଟୁର୍ଣ୍ଣାମେଣ୍ଟରେ ୩୦୦୦ ମିଟର ଷ୍ଟିପଲଚେଜ୍ ବର୍ଗରେ ସ୍ୱର୍ଣ୍ଣ ଜିତିବାରେ ପ୍ରଥମ ଭାରତୀୟ ହୋଇଛନ୍ତି ଅବିନାଶ। ସାବଲେ 8:20.92 ସେକେଣ୍ଡ ସହିତ ଶୀର୍ଷ ସ୍ଥାନ ଅଧିକାର କରିଥିଲେ। ସେ ପୂର୍ବରୁ ୨୦୧୯ରେ ରୌପ୍ୟ ପଦକ ଜିତିଥିଲେ ଏବଂ ଏହି ଟୁର୍ଣ୍ଣାମେଣ୍ଟରେ ଏହା ତାଙ୍କର ଦ୍ୱିତୀୟ ପଦକ।
ଜାପାନର ୟୁଟାରୋ ନିନାଇ 8:24.41 ସମୟ ସହିତ ରୌପ୍ୟ ପଦକ ଜିତିଛନ୍ତି। ସେ ଶେଷ ଲ୍ୟାପ୍ ଆରମ୍ଭରେ ଆଗୁଆ ଥିଲେ କିନ୍ତୁ ଭାରତୀୟ ଖେଳାଳି ଅବିନାଶ ସାବଲେ ତାଙ୍କୁ ପଛରେ ପକାଇ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ଏକ ଚମତ୍କାର ପ୍ରୟାସ କରିଥିଲେ। କତାରର ଜାକରିଆ ଏଲହାଲାମି 8: 27.12 ସେକେଣ୍ଡରେ ବ୍ରୋଞ୍ଜ ପଦକ ଜିତିଛନ୍ତି ।

ସାବଲେଙ୍କ ପୂର୍ବରୁ ଦିନା ରାମ ଏସୀୟ ଚାମ୍ପିଅନସିପର ଏହି ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେ ୧୯୮୯ ମସିହାରେ ପୁରୁଷ ଷ୍ଟିପଲଚେଜରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ହର୍ବାଲ ସିଂହ ପ୍ରଥମ ଭାରତୀୟ ଆଥଲେଟ ଯିଏ ୧୯୭୫ ମସିହାରେ ଷ୍ଟିପଲଚେଜରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ।
Comments are closed.