Latest Odisha News

BREAKING NEWS

ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ: ୨୭ ପଦକ ସହ ତୃତୀୟ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ଥାଇଲାଣ୍ଡରେ ଅନୁଷ୍ଠିତ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପରେ ଭାରତ ୨୭ ପଦକ ସହ ପଦକ ତାଲିକାରେ ତୃତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିଛି । ଏଥିରେ ୬ ସ୍ୱର୍ଣ୍ଣ ପଦକ ସାମିଲ । ଅନ୍ତିମ ଦିବସରେ ଭାରତୀୟ ଆଥଲେଟ ୯ ରୌପ୍ୟ ଓ ୫ ବ୍ରୋଞ୍ଜ ପଦକ ଜିତିଥିଲେ । ୮୦୦ ମିଟର ଦୌଡର ପୁରୁଷ ବିଭାଗରେ କିଶନ କୁମାର(୧:୪୫.୮୮ ସେକେଣ୍ଡ) ଓ ମହିଳାରେ ଚନ୍ଦା (୨:୦୦.୬୬) ରୌପ୍ୟ ପଦକ ହାସଲ କରିଥିଲେ । ୨୦ କିଲୋମିଟର ୱାକ ରେସରେ ପ୍ରିୟଙ୍କା ଗୋସ୍ୱାମୀ (୧:୩୪.୨୪ସେକେଣ୍ଡ) ସମୟ ନେଇ ରୌପ୍ୟ ଜିତିଛନ୍ତି । ସେହିପରି ପୁରୁଷ ବିଭାଗରେ ବିକାଶ ସିଂ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।

BjdElectrycity

୫୦୦୦ ମିଟରରେ ଭାରତକୁ ୩ଟି ପଦକ ମିଳିଥିଲା । ମହିଳା ବିଭାଗରେ ପାରୁଲ ଚୌଧୁରୀ (୧୫:୫୨.୨୩) ରୌପ୍ୟ ଏବଂ ଅଙ୍କିତ(୧୬:୦୩.୩୩) ବ୍ରୋଞ୍ଜ ଜିତିଥିଲେ । ପୁରୁଷ ବିଭାଗରେ ଗୁଲବୀର ସିଂ ୧୩:୪୩.୯୨ ସେକେଣ୍ଡ ସମୟ ବ୍ରୋଞ୍ଜ ପଦକ ହାତେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ୨୦୦ ମିଟର ହର୍ଡଲ୍ସରେ ଜ୍ୟୋତି ରୌପ୍ୟ, ପୁରୁଷ ବିଭାଗ ଜାଭେଲିନରେ ମନୁ ରୌପ୍ୟ, ମହିଳା ଶଟପୁଟରେ ଆଶା କଠୁଆ ରୌପ୍ୟ ଓ ମନପ୍ରୀତ କୌର ବ୍ରୋଞ୍ଜ, ୪ ଗୁଣନ ୪୦୦ ମିଟର ରିଲେରେ ପୁରୁଷ ଟିମ ରୌପ୍ୟ ଓ ମହିଳା ଟିମ ବ୍ରୋଞ୍ଜ ପଦକ ଜିତିଥିଲେ ।

Leave A Reply

Your email address will not be published.