Latest Odisha News

BREAKING NEWS

୨୦ ଟଙ୍କା ଲୋଭ ଦେଖାଇ ଆଖି ପିଛୁଳାକେ ଲୁଟିନେଲେ ୧୦ ଲକ୍ଷ, ଭିଡିଓ ଭାଇରାଲ୍

ବିଶାଖାପାଟଣା: ଦିନ ଦ୍ୱିପ୍ରହରରେ ଆଖି ପିଛୁଳାକେ ୨୦ ଟଙ୍କା ତଳେ ପକାଇ ଦେଇ ଲୁଟି ନେଲେ ୧୦ ଲକ୍ଷ ଟଙ୍କା । ଏଭଳି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ଗୁଣ୍ଟୁର । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ଭାଇରାଲ୍ ଭିଡିଓରେ ଜଣେ ବ୍ୟକ୍ତି ଏକ ବ୍ୟାଗ୍ ଆଣି ବାଇକରେ ରଖୁଛନ୍ତି । ଅନ୍ୟ ଜଣେ ଉକ୍ତ ବ୍ୟକ୍ତିଙ୍କ ପିଛା କରୁଛନ୍ତି । ଆଉ ହାତ ଉପରକୁ ଟେକି ଠାରୁଛନ୍ତି । ଏହି ସମୟରେ ଅନ୍ୟ ଜଣେ ବ୍ୟକ୍ତି ଆସି ୨୦ ଟଙ୍କିଆ ନୋଟ୍ ତଳେ ପକାଇ ବ୍ୟକ୍ତିଙ୍କୁ କହୁଛନ୍ତି ଆପଣଙ୍କ ଟଙ୍କା ପଡ଼ି ଯାଇଛି । ଆଉ ବ୍ୟକ୍ତି ଜଣଙ୍କ ତଳକୁ ନଇଁ ନୋଟ୍ ଗୋଟାଇବା ମାତ୍ରେ ପଛରୁ ଆଉ ଜଣେ ବାଇକ୍ ନେଇ ଆସୁଛନ୍ତି ଓ ଟଙ୍କା ବ୍ୟାଗ୍ ନେଇ ୨ ଲୁଟେରା ପଳାଉଛନ୍ତି । ପୂରା ଫିଲ୍ମ ଷ୍ଟାଇଲରେ ୧୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା ।

ଲୁଟର ଶିକାର ହୋଇଛନ୍ତି ଜଣେ ଗୋଲମରିଚ ବ୍ୟବସାୟୀଙ୍କ କିରାଣି ହରି ବାବୁ । ଗୁଣ୍ଟୁରର ଲକ୍ଷ୍ମୀପୁରମ୍ ଏଚଡିଏଫସି ବ୍ୟାଙ୍କରୁ ହରି ବାବୁ ଟଙ୍କା ଉଠାଇ ଆଣିବା ବେଳେ ଲୁଟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଅଭିଯୋଗ ଅନୁସାରେ ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.