ରାଜଗୀର: ଭାରତ ଏଠାରେ ଅନୁଷ୍ଠିତ ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିର ଫାଇନାଲରେ ପ୍ରବେଶ କରିଛି । ମଙ୍ଗଳବାର ଅନୁଷ୍ଠିତ ସେମିଫାଇନାଲ ମ୍ୟାଚରେ ଭାରତ ଅନେକ ପେନାଲ୍ଟି କର୍ଣ୍ଣର ସୁଯୋଗ ହାତଛଡା କରିବା ପରେ ଶେଷରେ ଜାପାନକୁ ୨-୦ ଗୋଲରେ ପରାସ୍ତ କରିଥିଲା । ଫାଇନାଲରେ ଭାରତ ଓ ଚୀନ ମଧ୍ୟରେ ମୁକାବିଲା ହେବ । ପ୍ରଥମ ୩ଟି କ୍ୱାର୍ଟର ଗୋଲ ଶୂନ୍ୟ ରହିଥିଲା । ଅନ୍ତିମ କ୍ୱାର୍ଟରରେ ନବନୀତ କୌର ଓ ଲାଲରେସମିୟାମୀ ଗୋଲ ସ୍କୋର କରି ଭାରତକୁ ବିଜୟୀ କରାଇଥିଲେ ।
ପ୍ୟାରିସ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ଚୀନ ୩-୧ରେ ମାଲେସିଆକୁ ପରାସ୍ତ କରିଥିଲା । ଗ୍ରୁପ ପର୍ଯ୍ୟାୟରେ ଜାପାନ ବିପକ୍ଷରେ ଭାରତ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ସେମିରେ ନିରାଶ କରିଥିଲେ । ଓଭରାଲ ୧୩ ଥର ଜାପାନ ଟିମର ସର୍କଲରେ ଭାରତୀୟ ଟିମ ପ୍ରବେଶ କରିଥିଲେ ମଧ୍ୟ ଗୋଲ ସ୍କୋର କରିପାରି ନ ଥିଲେ । ଜାପାନ ଅପେକ୍ଷାକୃତ ଦୁର୍ବଳ ଟିମ ହୋଇଥିବାରୁ ଭାରତ ବହୁ କଷ୍ଟରେ ସେମିରେ ପ୍ରବେଶ କରିପାରିଥିଲା ।