Latest Odisha News

BREAKING NEWS

ଏସୀୟ କ୍ରୀଡ଼ା: ଓଡ଼ିଆ ଝିଅ ଜଉନା ମୂର୍ମୁ ୪୦୦ ମିଟର ହର୍ଡ଼ଲ୍ସ ଫାଇନାଲରେ

ଜାକର୍ତ୍ତା : ଏସିଆନ ଗେମ୍ସରେ ଭାରତୀୟ ଆଥଲେଟ ଦଳକୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଆ ସ୍ପ୍ରିଣ୍ଟର୍ ଜଉନା ମୂର୍ମୁ ଆଜି ୪୦୦ ମିଟର ହର୍ଡ଼ଲ୍ସ ହିଟ ଜିତିପାରି ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।
ଜଉନା ତାଙ୍କ ପ୍ରାରମ୍ଭିକ ହିଟ୍ସ ପ୍ରତିଯୋଗିତାରେ ୫୯.୨୦ ସେକେଣ୍ଟରେ ଅତିକ୍ରମ କରି ଫାଇନାଲ ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ଉଦୀୟମାନ ଓଡ଼ିଆ ସ୍ପ୍ରିଣ୍ଟର୍ ଜଉନା ମୂର୍ମୁ ଜାକର୍ତ୍ତା ଏସିଆନ ଗେମ୍ସ ଯିବା ପୂର୍ବରୁ ଜୁନ ୨୦ ତାରିଖରେ ଗୌହାଟୀରେ ୪୦୦ ମିଟର ହର୍ଡ଼ଲ୍ସକୁ ୫୭.୦୨ ସେକେଣ୍ଟରେ ଅତିକ୍ରମ କରି ଜାତୀୟ ରେକର୍ଡ଼ ସ୍ଥାପନ କରିଥିଲେ ।

ତେବେ ଏସିଆନ ଗେମ୍ସରେ ଯୋଗ୍ୟତା ଅର୍ଜନ କରିବାକୁ ୫୭.୫୨ ସେକେଣ୍ଟ ଟାଇମିଂ ରହିଥିଲା ।

୨୦୧୭ ମସିହା ଜାନୁଆରୀ ମାସରୁ ଜଉନା ଜାତୀୟ କ୍ୟାମ୍ପରେ ରହି ଜାତୀୟ ଆଥଲେଟ କୋଚ ରଣବୀର ସିଂହଙ୍କଠୁ ତାଲିମ ନେଉଥିଲେ ।

Leave A Reply

Your email address will not be published.