Latest Odisha News

BREAKING NEWS

ଲଘୁଚାପ ଜନିତ ପ୍ରବଳ ବର୍ଷା ଜାରି, ୨୮ ପର୍ଯ୍ୟନ୍ତ ଓଡ଼ିଶାରେ ପୁଣି ପ୍ରବଳ ବର୍ଷିବ ବର୍ଷା

ଭୁବନେଶ୍ୱର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଗତ ଶନିବାର ରାତିରୁ ପଶ୍ଚିମ ଓଡ଼ିଶାରେ ବର୍ଷା ଜାରି ରହିଛି ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ସକାଳ ୬ଟା ସୁଦ୍ଧା ଭୁବନେଶ୍ୱର ଓ ଭବାନୀପାଟଣାରେ ସର୍ବାଧିକ ୧୦୩ ମିମି ବୃଷ୍ଟିପାତ ହୋଇଥିବା ରେକର୍ଡ଼ କରାଯାଇଛି ।

ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନାନୁସାରେ ରବିବାର ରାତି ସୁଦ୍ଧା ଓଡ଼ିଶାର କେତୋଟି ଜିଲ୍ଲାରେ ପ୍ରବଳ ବୃଷ୍ଟିପାତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଯେଉଁ ଜିଲ୍ଲାଗୁଡ଼ିକରେ ବର୍ଷା ହେବାର ଆଶଙ୍କା ରହିଛି ସେହି ଜିଲ୍ଲା ଗୁଡ଼ିକ ହେଲା – ଗଞ୍ଜାମ, ଖୋର୍ଦ୍ଧା, କଟକ, ମୟୁରଭଞ୍ଜ, ବାଲେଶ୍ୱର, କଳାହାଣ୍ଡି, ବୌଦ୍ଧ, ସୋନପୁର ଓ ସୁନ୍ଦରଗଡ଼ ଜିଲ୍ଲା ।

ତେବେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ କିଛି ଜିଲ୍ଲାମାନଙ୍କରେ ପ୍ରବଳରୁ ପ୍ରବଳ ବର୍ଷା ଜାରି ରହିବ, ସେହି ଜିଲ୍ଲାଗୁଡ଼ିକ ହେଲା – ଢେଙ୍କାନାଳ, ଅନୁଗୁଳ, ଦେଓଗଡ଼, ସମ୍ବଲପୁର, ବଲାଙ୍ଗୀର, ଝାରସୁଗୁଡ଼ା, ବରଗଡ଼ ଓ କେନ୍ଦୁଝର ଜିଲ୍ଲା ।

ଏହାଛଡ଼ା ପାଣିପାଗ କେନ୍ଦ୍ର କେତୋଟି ଜିଲ୍ଲାରେ ରବିବାର ଦିନ ପ୍ରବଳରୁ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଜାରି କରିଛନ୍ତି । ପାଣିପାଗ କେନ୍ଦ୍ରର ସତର୍କ ସୂଚନାନୁସାରେ ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ଦେଓଗଡ଼, ବୌଦ୍ଧ, ସୋନପୁର, ସମ୍ବଲପୁର, ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲାରେ ରବିବାର ୩:୩୦ରୁ ସନ୍ଧ୍ୟା ୭:୩୦ ପର୍ଯ୍ୟନ୍ତ ପବନ ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।

ଗଭୀର ସମୁଦ୍ର ଭିତରକୁ ଧୀବର ମାନଙ୍କୁ ନଯିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯିବା ସହିତ ଏହିସବୁ ଜିଲ୍ଲାମାନଙ୍କରେ ବର୍ଷା ସମୟରେ ନିରାପଦ ସ୍ଥାନମାନଙ୍କରେ ରହିବାକୁ କୁହାଯାଇଛି ।

Leave A Reply

Your email address will not be published.