Latest Odisha News

BREAKING NEWS

ଏସିଆନ ଗେମ୍ସ ପାଇଁ ଭାରତୀୟ ବ୍ୟାଡମିଂଟନ ଦଳ ଘୋଷିତ: ସାଇନା, କାଶ୍ୟପ ଦଳରୁ ବାଦ

ନୂଆଦିଲ୍ଲୀ: ଆଗାମୀ ଏସିଆନ ଗେମ୍ସ ପାଇଁ ଭାରତୀୟ ବ୍ୟାଡମିଂଟନ ଦଳ ଘୋଷଣା କରାଯାଇଛି । କରୋନା ମହାମାରୀ ଯୋଗୁ ୨୦୨୨ ଏସିଆନ ଗେମ୍ସକୁ ଘୁଂଚାଇ ଦିଆ ଯାଇଥିଲା । ଘୋଷିତ ୨୦ ଜଣିଆ ଭାରତୀୟ ଦଳରେ ସାଇନା ନେହ୍ୱାଲ ଓ ପାରୁପଲ୍ଲୀ କାଶ୍ୟପଙ୍କୁ ବାଦ ଦିଆଯାଇଛି । ଦୁଇ ଥର ଅଲିମ୍ପିକ ବିଜେତା ପିଭି ସିନ୍ଧୁ ଓ ଏଚଏସ ପ୍ରଣୟ ଦଳର ନେତୃତ୍ୱ ନେବେ । ସିନ୍ଧୁ, ପ୍ରଣୟ, ଚିରାଗ ସେଟ୍ଟୀ-ସାତ୍ୱିକ ସାଇରାଜ, ଗାୟତ୍ରୀ ଗୋପୀଚାନ୍ଦ, ଓ ତ୍ରିଶା ଜଲୀ ବିଡବ୍ଲ୍ୟୁଏଫ ର‌୍ୟାଙ୍କିଙ୍ଗରେ ପ୍ରଥମ ୨୦ଜଣଙ୍କ ମଧ୍ୟରେ ରହିଥିବାରୁ ସିଧା ସଳଖ ଯୋଗ୍ୟତା ହାସଲ କରିଛନ୍ତି । ଅନ୍ୟମାନଙ୍କୁ ଟ୍ରାୟଲ ମାଧ୍ୟମରେ ଏଂଟ୍ରି ମିଳିଛି । ଆଘାତ ସମସ୍ୟାରୁ ମୁକୁଳିବା ପରେ ସିନ୍ଧୁଙ୍କ ପ୍ରଦର୍ଶନ ଚଳିତ ସିଜନରେ ସେତେଟା ଉତ୍ସାହଜନକ ରହି ନାହିଁ । ସାଇନା ଓ କାଶ୍ୟପଙ୍କୁ କେଉଁ କାରଣରୁ ଦଳରୁ ବାଦ ଦିଆଯାଇଛି ତାହା ସ୍ପଷ୍ଟ କରାଯାଇ ନାହିଁ ।

ପୁରୁଷ ସିଙ୍ଗଲ୍ସ: ଏଚଏସ ପ୍ରଣୟ, କିଦାମ୍ବି ଶ୍ରୀକାନ୍ତ, ଲକ୍ଷ୍ୟ ସେନ, ମିଥୁନ ମଞ୍ଜୁନାଥ ।  ମହିଳା ସିଙ୍ଗଲ୍ସ: ପିଭି ସିନ୍ଧୁ, ଅଶ୍ମିତା ଚଲିହା, ଅନୁପମା ଉପାଧ୍ୟାୟ, ମାଳବିକା ବଂସୋଡ ।
ପୁରୁଷ ଡବଲ୍ସ: ଚିରାଗ ସେଟ୍ଟର-ସାତ୍ୱିକ ସାଇରାଜ ରଙ୍କି ରେଡ୍ଡି, ଏମଆର ଅର୍ଜୁନ-ଧ୍ରୁବ କପିଳା ।  ମହିଳା ଡବଲ୍ସ: ଗାୟତ୍ରୀ ଗୋପୀଚାନ୍ଦ-ତ୍ରିଶା ଜଲୀ, ତନୀଷା କ୍ରେଷ୍ଟୋ-ଅଶ୍ୱୀନ ପୋନପ୍ପା ।  ମିକ୍ସଡ ଡବଲ୍ସ: ରୋହନ କାପୁର-ଏନ ସିକ୍କି ରେଡ୍ଡୀ, ସାଇ ପ୍ରତୀକ କ୍ରିଷ୍ଣା-ତନୀଷା କ୍ରେଷ୍ଟୋ ।

Leave A Reply

Your email address will not be published.