Latest Odisha News

ନିଆରା ଢଙ୍ଗରେ ପ୍ରପୋଜ କଲେ ପ୍ରେମିକ: ବାଥରୁମ୍‌ରେ ରଖିଲେ ହୀରାର ରିଙ୍ଗ୍

ନ୍ୟୁୟର୍କ: ଯୁବକମାନେ ବିବାହ ପାଇଁ ଗର୍ଲଫ୍ରେଣ୍ଡକୁ ପ୍ରସ୍ତାବ ଦେବାବେଳେ ନିଜକୁ ପରିମାର୍ଜିତ ବୋଲି ଦର୍ଶାନ୍ତି । ପ୍ରସ୍ତାବ ଦେବା ପାଇଁ ସେମାନେ ଏକ ମହଙ୍ଗା ରିଙ୍ଗ ଦିଅନ୍ତି, ରାତ୍ରି ଭୋଜନ ପାଇଁ ବଡ଼ ରେଷ୍ଟୁରାଣ୍ଟକୁ ଯାଆନ୍ତି, କିଛି ସୁନ୍ଦର ସ୍ଥାନରେ ଆଣ୍ଠୁମାଡି ରିଙ୍ଗ ଦିଅନ୍ତି ଏବଂ ସେମାନଙ୍କ ପ୍ରେମ ପ୍ରକାଶ କରିଥାନ୍ତି । ଏପରି କେବଳ ରିଲ ଲାଇଫରେ ହୋଇଥାଏ, ତାହା ସମସ୍ତେ ଜାଣନ୍ତି । କିନ୍ତୁ ଏବେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଯୁବକ ନିଜର ଗର୍ଲଫ୍ରେଣ୍ଡକୁ ନିଆରା ଢଙ୍ଗରେ ପ୍ରସ୍ତାବ ଦେଇ ଚର୍ଚ୍ଚାକୁ ଆସିଛନ୍ତି ।

ଆମେରିକାର ଆଟଲାଣ୍ଟାସ୍ଥିତ ଏକ ନ୍ୟୁଜ୍ ଚ୍ୟାନେଲ୍ ସାମ୍ବାଦିକା ଏରିକା ମର୍ଫି ନିକଟରେ ଏକ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଫଟୋରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବକ ନିଜ ଗର୍ଲଫ୍ରେଣ୍ଡକୁ ନିଆରା ଢଙ୍ଗରେ ପ୍ରପ୍ରୋଜ କରୁଛନ୍ତି । ସେ ଛିଣ୍ଡା କାଗଜ ଉପରେ ଏକ ହୀରା ରିଙ୍ଗ ରଖିଛନ୍ତି । ଆଉ ସେହି କାଗଜରେ ‘ତୁମେ ମୋତେ ବିବାହ କରିବ କି?’ ବୋଲି ଲେଖିଛନ୍ତି ।

ଏହି ଫଟୋ ସେୟାର କରି ଏରିକା ଲେଖିଛନ୍ତି- “ମୁଁ ଜଣେ ଯୁବକଙ୍କୁ ବହୁତ ଭଲ ପାଉଛି । ଆମ ସମ୍ପର୍କକୁ ଏକ ବର୍ଷ ବିତିଗଲାଣି । ଦିନେ ସକାଳେ ମୁଁ ତରତର ହୋଇ ଅଫିସ ବାହାରୁଥିଲି । ଆଉ ବାଥ୍‌ରୁମ୍‌କୁ ଯିବାରୁ ସେଠାରେ ଏକ ହିରା ରିଙ୍ଗ୍ ସହିତ ଛିଣ୍ଡା କାଗଜରେ ମୋତେ ବିବାହ କରିବ କି ? ବୋଲି ସେ ଲେଖିକି ରଖିଥିଲେ । ଏହାକୁ ଦେଖି ମୁଁ ଆଶ୍ଚର୍ଯ୍ୟ ହେବା ସହ ଖୁସି ମଧ୍ୟ ହୋଇଗଲି ।

Leave A Reply

Your email address will not be published.