Latest Odisha News

BREAKING NEWS

ଏସୀୟ କ୍ରୀଡ଼ା: ଉଭୟ ମହିଳା ଓ ପୁରୁଷ ତୀରନ୍ଦାଜୀ ଦଳ ଭାରତକୁ ଦେଲେ ରୌପ୍ୟ

ଜାକର୍ତ୍ତା: ଏସିଆନ ଗେମ୍ସର ଉଭୟ ଭାରତୀୟ ମହିଳା ଓ ପୁରଷ ଦଳ ତୀରନ୍ଦାଜୀ ଦଳଗତ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି ।

ଉଭୟ ଦଳ ଦକ୍ଷିଣ କୋରିଆ ଠାରୁ ଫାଇନାଲରେ ପରାସ୍ତ ହୋଇ ରୌପ୍ୟ ହାସଲ କରିଛନ୍ତି । ରୌପ୍ୟ ପଦକ ଜିତିଥିବା ଭାରତୀୟ ମହିଳା ଦଳରେ ଜ୍ୟୋତି ସୁରେଖା, ମଧୁମିତା କୁମାରୀ ଏବଂ ମୁସ୍କାନ କିରାର ପ୍ରତିନିଧିତ୍ୱ କରୁଥିଲେ ।

ସେହିପରି ରୌପ୍ୟ ହାସଲ କରିଥିବା ପୁରୁଷ ଦଳକୁ ତୀରନ୍ଦାଜ ଅଭିଷେକ, ଅମନ ସାଇନି ଏବଂ ରଜତ ଚୌହାନ ପ୍ରତିନିଧିତ୍ୱ କରୁଥିଲେ ।

ତେବେ ଯାହାବି ହେଉ ଭାରତୀୟ ତୀରନ୍ଦାଜ ଉଭୟ ପୁରୁଷ ଓ ମହିଳା ଦଳ ରୌପ୍ୟ ପଦକ ହାସଲ କରି ଭାରତୀୟ ତୀରନ୍ଦାଜୀର ସମ୍ମାନ ରକ୍ଷା କରିପାରିଛନ୍ତି ।

Leave A Reply

Your email address will not be published.