Latest Odisha News

BREAKING NEWS

ଭୁବନେଶ୍ୱର: କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଆଚାର୍ଯ୍ୟ ବିହାରରେ ଏକ ପ୍ରାଇଭେଟ୍ କୋଚିଂ ସେଣ୍ଟରରେ ଆଜି ସକାଳେ ଭୟାବହ ଅଗ୍ନିକାଣ୍ଡ ଦେଖିବାକୁ ଘଟିଛି ।

ସୂଚନା ଅନୁଯାୟୀ କୌଣସି କାରଣବଶତଃ କୋଚିଂ ସେଣ୍ଟରରେ ନିଆଁ ଲାଗିବାରୁ ଏହାର ଦ୍ୱିତୀୟ ମହଲା ସମ୍ପୂର୍ଣ୍ଣ ରୂପେ ପୋଡିଯାଇଛି । ଫଳରେ ସେଠାରେ ଥିବା ବିଭିନ୍ନ ବହିପତ୍ର ଓ କମ୍ପ୍ୟୁଟର ସମେତ ଆସବାବପତ୍ର ଗୁଡିକରେ ମଧ୍ୟ ନିଆଁ ଲାଗି ସମ୍ପୂର୍ଣ୍ଣ ରୂପେ ଜଳି ନଷ୍ଟ ହୋଇଯାଇଛି ।

ତେବେ ଘଟଣା ସ୍ଥଳରେ ଦମକଳ ବାହିନୀର ୨ଟି ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

 

ସୂଚନାରୁ ପ୍ରକାଶ ଯେ ଏଯାଏଁ ଅଗ୍ନିକାଣ୍ଡର ସଠିକ୍ କାରଣ ଜଣାପଡିନଥିବାବେଳେ ଏହା ସର୍ଟସର୍କିଟ ଯୋଗୁଁ ହୋଇଥିବା ନେଇ ସାଧାରଣରେ ଅନୁମାନ କରାଯାଉଛି ।

ଅନ୍ୟପକ୍ଷରେ ନିଆଁ ଲାଗିବା ସମୟରେ କୋଚିଂ କ୍ଲାସ ଆରମ୍ଭ ହୋଇନଥିବାରୁ ଏକ ବଡ ଧରଣର ଦୁର୍ଘଟଣାରୁ ଛାତ୍ରଛାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

Leave A Reply

Your email address will not be published.