Latest Odisha News

BREAKING NEWS

ଏସୀୟ କ୍ରୀଡ଼ା: ମହିଳା ହକି ସ୍ୱର୍ଣ୍ଣ ଲାଗି ଆଜି ଭାରତ-ଜାପାନ ଟକ୍କର, ଲଢିବେ ୪ ଓଡ଼ିଆ ଝିଅ

ଜାକର୍ତ୍ତା: ଓଡ଼ିଆ ଝିଅମାନେ ଆଜି ପ୍ରାଣପଣେ ଲଢିବେ ହକି ମୈଦାନରେ । ଭାରତକୁ ହକିରେ ସ୍ୱର୍ଣ୍ଣ ପଦକ ଜିତାଇବା ପାଇଁ ଆଜି ଭାରତୀୟ ଦଳରେ ଥିବା ୪ଜଣ ମହିଳା ଓଡ଼ିଆ ଖେଳାଳି ଦମଦାର ଲଢିବେ । ଭାରତ ଆଜି ମହିଳା ହକି ଫାଇନାଲରେ ଜାପାନ ସହିତ ଖେଳିବାକୁ ଯାଉଛି ।

ଭାରତୀୟ ମହିଳା ହକି ଦଳ ଏସୀୟ କ୍ରୀଡ଼ାର ଫାଇନାଲକୁ ଉନ୍ନିତ ହୋଇଛନ୍ତି । ପୁରୁଷ ଦଳ ସେମିଫାଇନାଲରେ ମାଲେସିଆଠାରୁ ପରାଜିତ ହୋଇ ଶନିବାର ଦିନ ପାକିସ୍ତାନ ସହିିତ ମ୍ୟାଚ ଖେଳିବ । ତେବେ ଆଜି ସନ୍ଧ୍ୟାରେ ହେବାକୁ ଥିବା ଫାଇନାଲରେ ଭାରତୀୟ ଦଳ ସ୍ୱର୍ଣ୍ଣ ପଦକ ଜିତି ଭାରତୀୟ ହକିର ମର୍ଯ୍ୟାଦା ରଖିବ ବୋଲି କ୍ରୀଡ଼ାପ୍ରେମୀ ଆଶା କରୁଛନ୍ତି ।

ସାରା ଓଡ଼ିଶା ଲାଗି ଗର୍ବ ଓ ଗୌରବର କଥାହେଲା ଫାଇନାଲକୁ ଯାଇଥିବା ଏହି ଭାରତୀୟ ଦଳରେ ୪ଜଣ ପ୍ରତିଭାବାନ ଓଡ଼ିଆ ଝିଅ ଖେଳୁଛନ୍ତି । ଭାରତୀୟ ଦଳ ସ୍ୱର୍ଣ୍ଣ ପଦକ ଜିତିବା ଏହି ୪ ଜଣ ଓଡ଼ିଆଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଛି । ଡ୍ରାଗ୍ ଫ୍ଲିକର୍ ଲିଲିମା ମିଞ୍ଜ ହୁଅନ୍ତୁ କି ଫରୱାର୍ଡ଼ ଦୀପ ଗ୍ରେସ ଏକ୍କା ଏହି ଦୁଇଜଣ ଗୋଲ ସ୍କୋରକୁ ସମ୍ଭାଳିବେ । ତେବେ ଭାରତୀୟ ରକ୍ଷଣଭାଗ ସମ୍ପୂର୍ଣ୍ଣ ଭାବେ ସୁନିତା ଲାକ୍ରା ଏବଂ ନମିତା ଟପ୍ପୋ ।

ତେବେ ଆଜି ଭାରତୀୟ ମହିଳା ଦଳ ଜାପାନକୁ କଡ୍ଡା ଟକ୍କର୍ ଦେଇ ସ୍ୱର୍ଣ୍ଣ ହାସଲ କରିବ ବୋଲି କୋଟି କୋଟି ଭାରତୀୟ ହକି ପ୍ରେମୀ ଆଶା ବାନ୍ଧିଛନ୍ତି ।

Leave A Reply

Your email address will not be published.