ଭୁବନେଶ୍ୱର: ଆଇଚି-ନାଗୋୟା ଏସିଆନ ଗେମ୍ସ ପାଇଁ ଭାରତୀୟ ମହିଳା ହକି ଦଳର ଘୋଷଣା କରାଯାଇଛି । ଜାପାନରେ ସେପ୍ଟମ୍ବର ୧୮ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ । ସଲିମା ଟେଟେଙ୍କ ନେତୃତ୍ୱରେ ଘୋଷିତ ଦଳରେ ଓଡିଶାର ଉଦୀୟମାନ ମିଡଫିଲ୍ଡର ସୁନେଲିତା ଟପ୍ପୋ ସ୍ଥାନ ପାଇଛନ୍ତି । ରାଜଗିରିରେ ଖେଳା ଯାଇଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ବିଜୟୀ ଭାରତୀୟ ଦଳର ସେ ସଦସ୍ୟ ଥିଲେ । ଆବଶ୍ୟକ ପଡିଲେ ସୁନେଲିତା ଫରୱାର୍ଡ ଭୂମିକା ମଧ୍ୟ ସୁଚାରୁରୂପେ ତୁଲାଇ ପାରିବେ । ଏହି ଯୁବ ଟିମ ଭଲ ପ୍ରଦର୍ଶନ କରିବ ବୋଲି ହକି ଇଣ୍ଡିଆ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି । ଗତ ସଂସ୍କରଣରେ ଭାରତ ବ୍ରୋଞ୍ଜ ପଦକ ହାସଲ କରିଥିଲା ।
ଭାରତୀୟ ଦଳ: ସବିତା ପୂନିଆ, ବିଛୁ ଦେବୀ ଖାରିବାମ, ଈଶିକା ଚୌଧୁରୀ, ସୁଶୀଲା ଚାନୁ, ଲାଲଥାନ୍ତୁଲୁନାଗି, ଜ୍ୟୋତି, ଶିଳ୍ପୀ ଦେବାସ, ନିକ୍କି ପ୍ରଧାନ, ସାକ୍ଷୀ ରାଣା, ସୁନେଲୀତା ଟପ୍ପୋ, ସଲିମା ଟେଟେ, ନେହା, ଦୀପିକା ସୋରେଙ୍ଗ, ଲାଲରେମସିୟାମି ହାମରଜୋଟେ, ରୁତୁଜା ପିସାଲ, ନବନୀତ କୌର, ଦୀପିକା, ଈଶିକା, ବଲଜିତ କୌର ଓ ବ୍ୟୁଟି ଡୁଙ୍ଗଡୁଙ୍ଗ ।
BREAKING NEWS
- ଭାଇରାଲ ହେଉଛି ଗିଲଙ୍କ ମଜାଦାର ବୟାନ
- ଅପେକ୍ଷାର ଘଟିବ ଅନ୍ତ: ଖୁବଶୀଘ୍ର ହେବ SI ପଦବୀ ଲାଗି ସାନି ପରୀକ୍ଷା
- Suspicious death of film director:ହୋଟେଲ୍ ରୁମ୍ରୁ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଉଦ୍ଧାର
- ଏଲଏ୨୮ ଅଲିମ୍ପିକ୍ସ ପାଇଁ ହାଙ୍ଗଝୋଉ ଅପେକ୍ଷା ଆଇଚି-ନାଗୋୟା ଏସୀୟ କ୍ରୀଡ଼ା ଭାରତ ପାଇଁ ଅଧିକ ସଫଳ
- ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଏକାସାଙ୍ଗରେ ବଛାଯିବ ୪ଟି ଭାରତୀୟ ଦଳ; ସିଲେକ୍ଟରଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ
- ଖଲ୍ଲିକୋଟ କଲେଜ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା: ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ଥାନାରେ ୯ ଅଟକ
- Balianta Soumya Murder Case: ବହୁଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲା:ଆକ୍ରମଣର ଶିକାର ଝିଅଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ
- ରଣଜୀ ଟ୍ରଫି: ମୁମ୍ବାଇ ଦଳକୁ ଫେରିବେ ସୂର୍ୟ୍ୟକୁମାର ; ଆହତ କାରଣରୁ ଶାର୍ଦ୍ଦୁଳ ଠାକୁର ବାଦ୍
- ‘ଅପ୍ଟୋଜେନେଟିକ୍ସ’ ଆବିଷ୍କାର ପାଇଁ ମେଡିସିନ୍ କ୍ଷେତ୍ରରେ ୩ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର
- ରାଜ୍ୟସଭା ନିର୍ବାଚନ: ଉତ୍ତର ପ୍ରଦେଶରୁ ହରଦୀପ ସିଂହ ପୁରୀ ଓ ବିଏଲ ବର୍ମାଙ୍କ ସହ ୮ ଜଣଙ୍କୁ ବାଦ୍ ଦେଲା ବିଜେପି

Comments are closed.