ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହ ଆଇଟିଟିଏଫ-ଏଟିଟିୟୁ ଏସିଆନ ଟେବୁଲ ଟେନିସ ଚାମ୍ପିୟନଶିପ ସଫଳତାର ସହ ଆୟୋଜନ ହୋଇଛି । ୨୨ ଦେଶର ୫୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଏହି ମେଗା ଇଭେଂଟରେ ଅଂଶଗ୍ରହଣ କରିଥିଲେ । ଓଡିଶାର ଏହା ପ୍ରଥମ ଥର ଆୟୋଜିତ ହୋଇଛି । ଚୀନ ଟେବୁଲ ଟେନିସରେ ତାର ପ୍ରଭୂତ୍ୱ ପୂର୍ବ ଭଳି ଜାରୀ ରଖିଛି । ପୁରୁଷ ଟିମ ଫାଇନାଲରେ ହଂକଂକୁ ୩-୦ରେ ହରାଇ ଏବଂ ମହିଳା ଟିମ ଜାପାନକୁ ୩-୦ରେ ପରାଜିତ କରି ଡବଲ ସ୍ୱର୍ଣ୍ଣ ହାସଲ କରିଛି । ତେବେ ଭାରତୀୟ କ୍ରୀଡାପ୍ରେମୀ ନିରାଶ ହୋଇଛନ୍ତି । ପୁରୁଷ ଦଳ ଘରୋଇ ପରିବେଶରେ ୬ଷ୍ଠ ଓ ମହିଳା ଟିମ ୮ମ ସ୍ଥାନ ହାସଲ କରିଛି ।
ପୂର୍ବରୁ ଏଫଆଇଏଚ ବିଶ୍ୱକପ, ଏଫଆଇଏଚ ପ୍ରୋ ଲିଗ, ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ, ୱାର୍ଲ୍ଡ ଆଥଲେଟିକ୍ସ କଂଟିଂନେଟାଂଲ ଟୁର ବ୍ରୋଞ୍ଜ ମିଟ, ସାଫ ଚାମ୍ପିୟନଶିପ, ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ୱକପ ଓ ଅନ୍ୟ କେତେଗୁଡିଏ ଗୁରୁତ୍ୱପୂର୍ଣ୍ଣ ଇଭେଂଟ ଏଠାରେ ଆୟୋଜିତ ହୋଇଛି । ଓଡିଶା ବିଶ୍ୱ କ୍ରୀଡା ମ୍ୟାପରେ ନିଜର ଛାପ ଛାଡିବାରେ ସଫଳ ହୋଇଛି । ଓଡିଶାର ମାନବ୍ୟର ରାଜ୍ୟପାଳ ଡଃ ହରି ବାବୁ କମ୍ଭମପତି ବିଜୟୀ ଚୀନ ଟିମକୁ ଟ୍ରଫି ପ୍ରଦାନ କରିଥିଲେ । ରାଜ୍ୟ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଉପସ୍ଥିତ ଥିଲେ । ଉଦଯାପନୀ ଉତ୍ସବରେ ଏଟିଟିୟୁର ଉପ ସଭାପତି ଶେଖ ହାୟତ ଅଲ ଖଲିଫା, ସଭାପତି ଖଲୀଲ ଅଲ ମୋହାନଦୀ ପ୍ରମୂଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।
Comments are closed.