ନୂଆଦିଲ୍ଲୀ: ଏସୀୟ କୁସ୍ତି ଚାମ୍ପିୟନଶିପରେ ଭାରତୀ ରେସଲରଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ଚାମ୍ପିୟନଶିପରେ ଭାରତ ୭ ପଦକ ଜିତି ତୃତୀୟ ସ୍ଥାନ ହାସଲ କରିଛି । ଅନ୍ତିମ ପଙ୍ଘାଲ ରୌପ୍ୟ ପଦକ ଜିତିଥିବା ବେଳେ ଅଂଶୁ ମଲିକ, ସୋନମ ମଲିକ, ମନୀଷା, ରିତିକ ହୁଡା, ନିଶା ଦାହିୟା ବ୍ରୋଞ୍ଜ ପଦକ ଜିତିଛନ୍ତି । ୧୮ ବର୍ଷୀୟା ପଙ୍ଘାଲ ୫୩ କିଗ୍ରା ଫାଇନାଲରେ ଜାପାନର ବିଶ୍ୱ ଚାମ୍ପିୟନ ଅକାରୀ ଫୁଜିୟାନାଙ୍କଠାରୁ ୧୦-୦ରେ ପରାଜିତ ହୋଇଥିଲେ । ୫୭ କିଗ୍ରାରେ ଅଂଶୁ ମଙ୍ଗୋଲିଆର ଆଡେନସୁବେଦ ୱେଟ ଏର୍ଡିନଙ୍କୁ ଶ୍ରେଷ୍ଠ ଟେକନିକ ମାଧ୍ୟମରେ ପରାଜିତ କରିଥିଲେ ।
ସୋନମ ୬୨ କିଗ୍ରାର କ୍ୱାର୍ଟର ଫାଇନାଲ ମୁକାବିଲାରେ ହାରି ଯାଇଥିଲେ । ପରେ ରେପେଚେଜ ମାଧ୍ୟମରେ ଚୀନର ଜିଆଓଜୁଆନ ଲୁଓଙ୍କୁ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଥିଲେ । ରେସଲିଂରେ ପୁନର୍ବାର ହରିୟାଣା ରେସଲରଙ୍କ ପ୍ରଭାବ ଦେଖିବାକୁ ମିଳିଥିଲା । ପଦକ ବିଜେତାଙ୍କ ମଧ୍ୟରୁ ଅଧିକାଂଶ ହରିୟାଣର ପ୍ରତିଯୋଗୀ ଥିଲେ ।
Comments are closed.