ମୁମ୍ବାଇ: ଅଭିନେତ୍ରୀ ଅସିନ୍ ତାଙ୍କ ସ୍ୱାମୀ ରାହୁଲଙ୍କଠାରୁ ଅଲଗା ହେବାକୁ ଯାଉଛନ୍ତି । ଏହାକୁ ନେଇ ଏବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଖୁବ୍ ଚର୍ଚ୍ଚା । ବିବାହ ପରେ ଅସିନ୍ ଅଭିନୟ ଦୁନିଆରୁ ନିଜକୁ ଦୂରେଇ ରଖିଥିଲେ । ଏନେଇ ସୋସିଆଲ ମିଡ଼ିଆରେ ନିଜେ ଅସିନ୍ ନିଜର ପ୍ରତିକିୟା ରଖିଛନ୍ତି । ସେ କହିଛନ୍ତି ଯେ, ରାହୁଲଙ୍କୁ ଛାଡ଼ପତ୍ର ଦେବା ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ । ଆମେ ଏବେ ଗ୍ରୀଷ୍ମ ଛୁଟି ଉପଭୋଗ କରୁଛୁ ।
କିଛି ଦିନ ତଳେ ଅସିନ୍ ସ୍ୱାମୀ ରାହୁଲଙ୍କ ସହ ଥିବା ସମସ୍ତ ଫଟୋକୁ ଇନଷ୍ଟାଗ୍ରାମରୁ ଡିଲିଟ କରିଦେଇଥିଲେ । ଯାହାକୁ ନେଇ ପ୍ରଶଂସକମାନେ ସେମାନଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହୋଇଥିବା ସନ୍ଦେହ କରିଥିଲେ । ପରେ ଅସିନ୍ ସ୍ୱାମୀଙ୍କଠାରୁ ଅଲଗା ହେବେ ବୋଲି ଚର୍ଚ୍ଚା ହୋଇଥିଲା । ଏହି ଚର୍ଚ୍ଚାକୁ ନେଇ ଅସିନ ମୁହଁ ଖୋଲିବା ସହ ସତ କ’ଣ ଜଣାଇଛନ୍ତି ।
ଅସିନ୍ ଦକ୍ଷିଣ ଭାରତୀୟ ଫିଲ୍ମରେ ଅଭିନୟ କରିବା ସହ ବଲିଉଡର ଅନେକ ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି । ଫିଲ୍ମ ‘ଗଜନି’ରେ ଅଭିନୟ କରି ଖୁବ୍ ଲୋକପ୍ରିୟ ହୋଇଥିଲେ ଅସିନ । ରାହୁଲ ମାଇକ୍ରୋମାକ୍ସର ସହ-ପ୍ରତିଷ୍ଠାତା ଅଟନ୍ତି । ୨୦୧୬ ମସିହାରେ ଅସିନ୍ ରାହୁଲଙ୍କୁ ବିବାହ କରିଥିଲେ । ବିବାହ ପରେ ଅସିନ ଅଭିନୟ ଦୁନିଆରୁ ଦୂରେଇ ରହିଥିଲେ । ତାଙ୍କର ଗୋଟେ ଝିଅ ଅଛି ।
Comments are closed.