କଳାହାଣ୍ଡି: ଜୁନାଗଡ଼-ଭବାନୀପାଟଣା ଯାଉଥିବା ୨୬ ନମ୍ବର ଜାତୀୟ ରାଜପଥର ବନମାଳିପୁର ଛକ ନିକଟରେ ରବିବାର ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି। ଅର୍ଦ୍ଧଦଗ୍ଧ ଅବସ୍ଥାରେ ଏଏସଆଇ ପବିତ୍ର ଗୋଲାପିଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ନିକଟରେ ଦରପୋଡ଼ା ବାଇକ ମଧ୍ୟ ପଡ଼ି ରହିଛି। କେଗାଁ ଥାନା ଏଏସଆଇ ପବିତ୍ର କିଛିଦିନ ହେବ ଭବାନୀପାଟଣା ରିଜର୍ଭ ପୋଲିସରେ କାର୍ଯ୍ୟରତ ଥିଲେ।
ତେବେ ଏଏସଆଇ ପବିତ୍ରଙ୍କୁ ହତ୍ୟା ପରେ ପୋଡ଼ି ଦିଆଯାଇଥିବା ସନ୍ଦେହ କରାଯାଉଛି । ମୃତ୍ୟୁ ଦୁର୍ଘଟଣା ଜନିତ ହୋଇଥିଲେ ବାଇକ୍ କିପରି ଷ୍ଟାଣ୍ଡ ଦ୍ଵାରା ଛିଡ଼ା ହୋଇଛି ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।
ଏପଟେ ଜୁନାଗଡ଼ ପୋଲିସ ସମେତ ଅତିରିକ୍ତ ଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହା ହତ୍ୟା କି ଅନ୍ୟ କିଛି ତାହା ସ୍ପଷ୍ଟ ହୋଇନାହିଁ ।
Comments are closed.