Latest Odisha News

ରତ୍ନଭଣ୍ଡାର ଗଣତି ମଣତି କରିବ ଉଚ୍ଚସ୍ତରୀୟ ଟିମ୍

ପୁରୀ: ଆଜି ପୁରୀରେ ଆୟୋଜିତ ବିଜେପି ବୈଠକରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ପରେ ରତ୍ନଭଣ୍ଡାର ନେଇ ବଡ ବୟାନ ଦେଇଛନ୍ତି ଧର୍ମେନ୍ଦ୍ର ।

ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି, ରତ୍ନଭଣ୍ଡାର ଯାଞ୍ଚ ଓ ଗଣତି ମଣତି ଖୁବ୍ ଶୀଘ୍ର ହେବ । ଏଥିପାଇଁ ଏଏସଆଇ ଟିମକୁ ଆସିବାକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି । ଏଏସଆଇର ଏକ ଉଚ୍ଚସ୍ତରୀୟ ଟିମ୍ ରତ୍ନଭଣ୍ଡାର ତଦାରଖ କରିବ । ଏହା ସ୍ଥିତି ପରଖିବ । ପୁରୁଣା ତାଲିକା ସହ ଏବେର ତାଲିକାକୁ ତୁଳନା କରିବ ଉଚ୍ଚସ୍ତରୀୟ ଟିମ୍ । ତୁଳନା ପରେ ସବୁ ଠିକ୍ ଅଛି କି ନାହିଁ ସ୍ପଷ୍ଟ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

Comments are closed.