Latest Odisha News

ଭିଜିଲାନ୍ସ ବିଭାଗ ଆଇଜି ଭାବେ ଯୋଗଦେଲେ ବରିଷ୍ଠ IPS ଅସିତ୍ ପାଣିଗ୍ରାହୀ

ଭୁବନେଶ୍ୱର : ଭିଜିଲାନ୍ସ ବିଭାଗ ଆଇଜି ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ୍ ଅଫିସର ଅସିତ୍ ପାଣିଗ୍ରାହୀ । ୧୯୯୭ ବ୍ୟାଚର ଆଇପିଏସ୍ ଅଧିକାରୀ ଅସିତ୍ ପାଣିଗ୍ରାହୀ ବୁଧବାର ଭିଜିଲାନ୍ସ ନିର୍ଦ୍ଦେଶାଳୟରେ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଶ୍ରୀ ପାଣିଗ୍ରାହୀ ପୂର୍ବରୁ ଅଗ୍ନିଶମ ବିଭାଗ, ରାଜ୍ୟ ପୋଲିସ ମୁଖ୍ୟାଳୟ, କ୍ରାଇମବ୍ରାଂଚ ଓ ପୂର୍ବାଂଚଳ ରେଂଜ ଆଇଜି ଭାବରେ ସଫଳତାର ସହିତ କାର୍ଯ୍ୟ କରିଛନ୍ତି ।

ଅସିତ୍ ପାଣିଗ୍ରାହୀ ମାଲକାନାଗିରି, ଅନୁଗୋଳ, ପୁରୀ, କେଉଁଝର, ସମ୍ବଲପୁର ଓ ଯାଜପୁରରେ ଏସ.ପି ଭାବରେ କାର୍ଯ୍ୟକରି ସୁନାମ ଅର୍ଜନ କରିଛନ୍ତି । ଜଣେ ଦକ୍ଷ ପୋଲିସ ଅଫିସର୍ ଭାବରେ ୨୦୧୬ ମସିହାରେ ସେ ରାଷ୍ଟ୍ରପତି ପଦକରେ ସମ୍ମାନିତ ହୋଇଛନ୍ତି।

Comments are closed.