Latest Odisha News

BREAKING NEWS

ଶଙ୍ଖ ଛାଡିବା ପରେ ରାଜ୍ୟ କଂଗ୍ରେସ ଭବନରେ ହାତ ଧରିଲେ ଭଦ୍ରକର ଯୁବନେତା ଅସିତ୍ ପଟ୍ଟନାୟକ

ଭଦ୍ରକ: ଭଦ୍ରକରେ ଶକ୍ତିଶାଳୀ ହେବ କି କଂଗ୍ରେସ ? ବଳ ଯୋଗାଡ଼ରେ ଲାଗିଛି କଂଗ୍ରେସ । ବିଜେଡି ଛାଡିଲା ପରେ ଆଜି ହାତ ଧରିଲେ ଭଦ୍ରକ ଜିଲ୍ଲାର ବରିଷ୍ଠ ବିଜେଡ଼ି ନେତା ତଥା ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁତ୍ର ଅସିତ୍ ପଟ୍ଟନାୟକ । ଆଜି ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭାପତି ସରତ ପଟ୍ଟନାୟକ, ସାଧାରଣ ସଂପାଦକ ପଞ୍ଚାନନ ରାଉତ, ଭକ୍ତ ଚରଣ ଦାସ, ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ଵରେ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି । ତାଙ୍କ ସହ କାଉନସିଲରଙ୍କ ସହ ବହୁ ନେତା ଓ କର୍ମୀ ଯୋଗ ଦେଇଛନ୍ତି ।

ଅସିତ ବିଜେଡିରୁ ଇସ୍ତଫା ଦେବାପରେ ସେ ସ୍ଵାଧିନରୁ ପ୍ରାର୍ଥୀ ହେବେ ନାଁ କଂଗ୍ରେସରୁ ପ୍ରାର୍ଥୀ ହେବେ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଆଜି କଂଗ୍ରେସରେ ସାମିଲ ହୋଇ ପୂର୍ଣ୍ଣଚ୍ଛେଦ ପକେଇଛନ୍ତି ଅସିତ୍। ତାଙ୍କର କଂଗ୍ରେସରେ ମିଶିବା ପରେ ଭଦ୍ରକ ରାଜନୀତିରେ ହଇଚଇ ସୃଷ୍ଠି ହୋଇଛି । ତେବେ ୨୦୧୯ ନିର୍ବାଚନରେ ବିଜେଡି ଅସିତଙ୍କୁ ଟିକେଟ୍ ନଦେଇ ତାଙ୍କୁ ରାଜ୍ୟ ମତ୍ସ୍ୟ ନିଗମରେ ଅଧ୍ୟକ୍ଷ ପଦ ଦେଇ ସନ୍ତୁଷ୍ଟ କରିଥିଲା ଦଳ।

୨୦୨୪ ରେ ଅସିତ ବିଜେଡିରୁ ଦୃଢ଼ ଦାବିଦାର ଥିବାବେଳେ ଦଳ ତାଙ୍କୁ ଟିକେଟ ନଦେଇ ଭଣ୍ଡାରିପୋଖରୀର ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ଭଦ୍ରକ ପାଇଁ ପ୍ରାର୍ଥୀ କରିବା ପରେ ବିଜେଡିରୁ ଇସ୍ତଫା ଦେଇଥିଲେ ଅସିତ୍। କଂଗ୍ରେସରେ ମିଶିବା ପାରେ ଦଳ ଅସିତଙ୍କୁ ଭଦ୍ରକ ବିଧାନସଭା ଆସନରୁ ପ୍ରାର୍ଥୀ କରିବ ବୋଲି ସୂଚନା ମିଳିଛି । ଭଦ୍ରକ ବିଧାନସଭାରେ ପାଇଁ ଏଥର ବିଜେପିରୁ ପ୍ରାର୍ଥୀ ହୋଇଥିବା ସିତାଂସୁ ସେଖର ମହାପାତ୍ର, ବିଜେଡିରୁ ପ୍ରଫୁଲ୍ଲ ସାମଲ ଓ କଂଗ୍ରେସରୁ ଅସିତ୍ ପଟ୍ଟନାୟକଙ୍କ ମଧ୍ୟରେ କଡା ମୁକାବିଲା ହେବବୋଲି ଭଦ୍ରକରେ ଚର୍ଚ୍ଚା ଜୋର ଧରିଛି।

Comments are closed.