Latest Odisha News

BREAKING NEWS

ଏଏସଓ ପରୀକ୍ଷାରେ ଅନିୟମିତତା: ୬ ସପ୍ତାହରେ ଚୟନ ପ୍ରକ୍ରିୟା ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଏଏସଓ ପରୀକ୍ଷା ଅନିୟମିତତା ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ।  ୬ ସପ୍ତାହ ମଧ୍ୟରେ  ପୂର୍ବରୁ ପ୍ରକାଶ ପାଇଥିବା ମେଧା ତାଲିକାକୁ ରଦ୍ଦ କରି ନୂଆ ମେଧା ତାଲିକା ପ୍ରକାଶ କରିବାକୁ ଓପିଏସସିକୁ ନିଦ୍ଦେର୍ଶ ଦେଇଛନ୍ତି ହାଇକୋର୍ଟ । ମେ ୧୯ ତାରିଖରେ ହାଇକୋର୍ଟ ଦେଇଥିବା ଏହି ରାୟ ୨ ମାସ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦଶ ରହିଥିଲା । ମାତ୍ର ଏଥିରେ ବିଳମ୍ବ ହେଉଥିବା ଦର୍ଶାଇ ହାଇକୋର୍ଟରେ ଓପିଏସସି ବିରୁଦ୍ଧରେ କିଛି ପରୀକ୍ଷାର୍ଥୀ ଅଦାଲତ ଅବମାନନା ମାମଲା କରିଥିଲେ । ଏହି ମାମଲାର ବିଚାର କରି ସାନି ମେଧା ତାଲିକା ପ୍ରକାଶ କରିବାକୁ ହାଇେକାର୍ଟ ରାୟ ଶୁଣାଇଥିଲେ ।

ସୂଚନାଥାଉ କି,  ମେ’ ୧୯ରେ ଏଏସଓ ନିଯୁକ୍ତି ନେଇ ଓପିଏସସିର ମେରିଟ୍ ଲିଷ୍ଟକୁ ଖାରଜ କରିଥିଲେ ହାଇକୋର୍ଟ। ଆଗାମୀ ୨ ମାସ ମଧ୍ୟରେ ସାନି ତାଲିକା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ | ହେଲେ ତାହା ନ କରି ଗତ ଅଗଷ୍ଟ ମାସରେ ୭୯୬ଟି ଏଏସଓ ପଦବି ଲାଗି ଓପିଏସସି ପକ୍ଷରୁ ପରୀକ୍ଷା କରାଯାଇଥିଲା।

ସୂଚନାଥାଉ କି, ମୂଲ୍ୟାୟନ ପଦ୍ଧତିରେ ହଠାତ୍ ପରିବର୍ତ୍ତନ ଆଣି ପ୍ରତି ବିଷୟରେ କ୍ୱାଲିଫାଇଂ ମାର୍କ ବ୍ୟବସ୍ଥା ଲାଗୁ କରିଥିଲା OPSC । ଗୋଟିଏ ପଦ ପାଇଁ ଦେଢ଼ ଜଣ ଆଧାରରେ ମୋଟ୍ ୧୧ ଶହ ୪ ପ୍ରାର୍ଥୀଙ୍କର ମେରିଟ୍ ଲିଟ୍ ପ୍ରକାଶ କରିଥିଲା । ଏହାକୁ ନେଇ ଦେଖାଦେଇଥିଲା ତମ୍ବିତୋଫାନ ।

Leave A Reply

Your email address will not be published.