Latest Odisha News

BREAKING NEWS

ଓଡ଼ିଶାର ୨୫ଟି ରେଲୱେ ଷ୍ଟେସନର ନବୀକରଣ ପାଇଁ ଶିଳାନ୍ୟାସ କରିବେ ପିଏମ୍ ମୋଦି

ଭୁବନେଶ୍ୱର: ଦେଶର ୫୦୮ଟି ରେଲୱେ ଷ୍ଟେସନର ନବୀକରଣ ପାଇଁ ଅଗଷ୍ଟ ୬ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଶିଳାନ୍ୟାସ କରିବେ । ଭିଡିଓ କନଫରେନ୍ସିଂ ଯୋଗେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ୨୫ ରେଲୱେ ଷ୍ଟେସନର ନବୀକରଣ ପାଇଁ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବେ ।

ଏସବୁ ରେଲୱେ ଷ୍ଟେସନ ଗୁଡ଼ିକ ଅମୃତ ଭାରତ ଷ୍ଟେସନ ଯୋଜନା ଅଧିନରେ ନବୀକରଣ ହେବ । ଏଥିପାଇଁ ପ୍ରାୟ ୨୪ ହଜାର ୪୭୦ କୋଟି ଟଙ୍କା କେନ୍ଦ୍ର ସରକାର ଖର୍ଚ୍ଚ କରିବେ ।

ଓଡ଼ିଶାର ୨୫ଟି ରେଲୱେ ଷ୍ଟେସନର ନବୀକରଣ ଲାଗି ୫୪୭.୭ କୋଟି ଖର୍ଚ୍ଚ ହେବ । ପୂର୍ବତଟ ରେଲୱେ ଅଧିନରେ ଥିବା ସାକ୍ଷୀଗୋପାଳ, ମଞ୍ଚେଶ୍ୱର, ଢେଙ୍କାନାଳ, ଛତ୍ରପୁର, ଅନୁଗୁଳ, ପଲାସା, ମେରାମୁଣ୍ଡଳୀ, ବାଲୁଗାଁ, ଲିଙ୍ଗରାଜ ମନ୍ଦିର ରୋଡ୍, ତାଳଚେର ରୋଡ୍, ଖୋର୍ଦ୍ଧା ରୋଡ୍, କଣ୍ଟାବାଞ୍ଜି, ବରଗଡ଼ ରୋଡ୍, ହୀରାକୁଦା, ରେଢାଖୋଲ, ବରପାଲି, ମୁନିଗୁଡ଼ା, ବଲାଙ୍ଗିର, ହରିଶଙ୍କର ରୋଡ୍, ମହାସମୁନ୍ଦ, ଭବାନୀପାଟଣା, ଖରିଆର୍ ରୋଡ୍, ବିଜୟାନଗରମ୍ ଓ ଦାମନଯୋଡ଼ି ଷ୍ଟେସନର ନବୀକରଣ କରାଯିବ ।

ଏହା ଛଡ଼ା ଉତ୍ତରପ୍ରଦେଶ ଓ ରାଜସ୍ଥାନ ୫୫ଟି ଲେଖାଏ ରେଲୱେ ଷ୍ଟେସନ, ବିହାରର ୪୯ଟି, ମହାରାଷ୍ଟ୍ରର ୪୪ଟି, ପଶ୍ଚିମବଙ୍ଗର ୩୭ଟି, ମଧ୍ୟପ୍ରଦେଶର ୩୪ଟି, ଆସାମର ୩୨ଟି, ପଞ୍ଜାବର ୨୨ଟି, ଗୁଜରାଟ ଓ ତେଲଙ୍ଗାନାର ୨୧ଟି ଲେଖାଏ, ଝାଡ଼ଖଣ୍ଡର ୨୦ଟି ଷ୍ଟେସନର ଉନ୍ନତିକରଣ ହେବ ।

Leave A Reply

Your email address will not be published.