ନୂଆଦିଲ୍ଲୀ: ଆସାମ ଥିଏଟରେ ଲାଗିଥିବା ଶାହରୁଖ ଖାନ୍ଙ୍କ ଫିଲ୍ମ ପଠାନର ପୋଷ୍ଟର ଚିରିବା ଓ ନିଆଁ ଲଗାଇବା ଘଟଣାରେ ଗତକାଲି ସମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଥିଲେ ଶାହରୁଖ ଖାନ୍ କିଏ ମୁଁ ଜାଣିନି। ତାଙ୍କ ଫିଲ୍ମ ବିଷୟରେ ବି ମୋତେ ଜଣା ନାହିଁ କି ସେ ମୋତେ ଫୋନ୍ କରି କିଛି ଜଣାଇ ନାହାନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ଏଭଳି ବୟାନ ଦେଇଥିବା ବେଳେ ଶାହରୁଖ ଖାନ୍ ଭୋର ୨ଟା ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍ କରିଥିବା ସୂଚନା ମିଳିଛି।
ମୁଖ୍ୟମନ୍ତ୍ରୀ ଶର୍ମା ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି “ ବଲିଉଡ୍ ଆକ୍ଟର ଶ୍ରୀ ଶାହାରୁଖ ଖାନ୍ ମୋତେ ଫୋନ୍ କରି ଆଜି ସକାଳ ୨ବେଳେ ମୋ ସହ କଥା ହୋଇଛନ୍ତି। ତାଙ୍କ ଫିଲ୍ମର ସ୍କ୍ରିନିଂ ବେଳେ ଗୁୱାହାଟିରେ ହୋଇଥିବା ଘଟଣାକୁ ନେଇ ସେ ଚିନ୍ତା ବ୍ୟକ୍ତ କରିଥିଲେ। ତେବେ ଆଇନ ଶୃଙ୍ଖଳା ବଜାଇ ରଖିବା ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ ବୋଲି ମୁଁ ତାଙ୍କୁ ପ୍ରତିଶ୍ରୁତି ଦେଇଛି। ଏନେଇ ଆମେ ତଦନ୍ତ କରିବୁ। ପୁଣିଥରେ ଯେମିତି ଏଭଳି ଅପ୍ରିତିକର ଘଟଣା ନ ଘଟେ ତାହା ନିଶ୍ଚିତ କରିବୁ।”
Bollywood actor Shri @iamsrk called me and we talked today morning at 2 am. He expressed concern about an incident in Guwahati during screening of his film. I assured him that it’s duty of state govt to maintain law & order. We’ll enquire and ensure no such untoward incidents.
— Himanta Biswa Sarma (@himantabiswa) January 22, 2023
ଶୁକ୍ରବାର ଆସାମର ନାରେଙ୍ଗୀରେ ଥିବା ଏକ ସିନେମା ହଲ୍ରେ ଶାହରୁଖ ଖାନ୍ଙ୍କ ଫିଲ୍ମ ପଠାନ ସ୍କ୍ରିନିଂ ପାଇଁ ପୋଷ୍ଟର ଲାଗିଥିଲା। ବଜରଙ୍ଗ ଦଳର କର୍ମକର୍ତ୍ତାମାନେ ସିନେମା ହଲ୍ରେ ହୋହଲ୍ଲା କରିବା ସହ ଫିଲ୍ମର ପୋଷ୍ଟର ପୋଡ଼ି ଦେଇଥିଲେ। ଏହି ଘଟଣାକୁ ଶନିବାର ଶର୍ମାଙ୍କୁ ପ୍ରଶ୍ନ କରାଯାଇଥିଲା। ଉତ୍ତରରେ ଶାହରୁଖ ଖାନ୍ଙ୍କୁ ମୁଁ ଚିହ୍ନି ନାହିଁ କି ତାଙ୍କ ଫିଲ୍ମ ପଠାନ ବିଷୟରେ କିଛି ଜାଣି ନାହିଁ ବୋଲି କହିଥିଲେ। ତା ସହ ରାଜ୍ୟବାସୀ ଆସାମୀ ଫିଲ୍ମ ଉପରେ ଅଧିକ ଗୁରୁତ୍ୱ ଦେବା ଦରକାର ହିନ୍ଦୁ ଉପରେ ନୁହେଁ ବୋଲି ବିଶ୍ୱ ଶର୍ମା କହିଥିଲେ।
ଏନେଇ ସେ କହିଥିଲେ “ଯଦିଓ ଅନେକ ବଲିଉଡ୍ ଅଭିନେତା ସମସ୍ୟା ନେଇ ମୋତେ କଲ୍ କରନ୍ତି ତେବେ ଖାନ ମୋତେ କଲ୍ କରି ନାହାନ୍ତି। କିନ୍ତୁ ଯଦି ସେ କଲ୍ କରନ୍ତି ତେବେ ମୁଁ ଏ ବିଷୟରେ ବିଚାର କରିବି। ଯଦି ଆଇନ ଶୃଙ୍ଖଳା ଭଙ୍ଗ ହେବ ଓ ତେବେ କାର୍ଯ୍ୟାନୁଷ୍ଠାନ ହେବା ସହ ମାମଲା ରୁଜୁ ହେବ।”
Comments are closed.