Latest Odisha News

BREAKING NEWS

ଆସାମରେ ସବୁ ମଦ୍ରାସା ବନ୍ଦ କରିଦେବୁ, କାରଣ ଲୋକେ ସ୍କୁଲ୍ ଚାହୁଁଛନ୍ତି; ହିମନ୍ତ ବିଶ୍ୱ ଶର୍ମା

ବେଙ୍ଗାଲୁରୁ: ରାଜ୍ୟରେ ସମସ୍ତ ମଦ୍ରାସା ବନ୍ଦ କରିଦେବୁ। କାରଣ ଲୋକେ ସ୍କୁଲ୍‌ରେ ପାଠ ପଢ଼ିବାକୁ ଚାହୁଁଛନ୍ତି, ମଦ୍ରାସାରେ ନୁହେଁ। ଗୁରୁବାର କର୍ଣ୍ଣାଟକ ବେଲଗାଭୀରେ ରାଲି କରି ଏଭଳି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ରାଲିରେ ସେ କଂଗ୍ରେସକୁ ନୂଆ ମୋଗଲ ବୋଲି କହିଛନ୍ତି। କଂଗ୍ରେସ ଦେଶ ପାଇଁ ମୋଗଲର ଭୂମିକାର ଅବତୀର୍ଣ୍ଣ ହୋଇଛି। ମୋଗଲ ଯେମିତି ଦେଶକୁ ଦୁର୍ବଳ କରିଥିଲେ କଂଗ୍ରେସ ସେମିତି ଦେଶକୁ ଦୁର୍ବଳ କରୁଛି ବୋଲି ଶ୍ରୀ ଶର୍ମା କହିଛନ୍ତି।

ଆସାମରେ ମଦ୍ରାସା ଉପରେ ଚଢ଼ାଉ ଜାରି ରଖିବାକୁ ଶପଥ ନେଇ ଶ୍ରୀ ଶର୍ମା କହିଛନ୍ତି “ ମୁଁ ରାଜ୍ୟରେ ୬୦୦ ମଦ୍ରାସା  ବନ୍ଦ କରିଛନ୍ତି। ଏବଂ ସବୁ ମଦ୍ରାସା  ବନ୍ଦ କରିବା ମୋର ଉଦ୍ଦେଶ୍ୟ। କାରଣ ଆମେ ମଦ୍ରାସା ଚାହୁଁ ନାହୁଁ। ଆମେ ସ୍କୁଲ୍, କଲେଜ ଓ ୟୁନିଭର୍ସିଟି ଚାହୁଁ।” କର୍ଣ୍ଣାଟକ ବେଲଗାଭୀ ଜିଲ୍ଲାରେ ବିଜେପିର ବିଜୟ ସଂକଳ୍ପ ଯାତ୍ରାରେ ଯୋଗ ଦେଇ ଏପରି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ।

୨୦୨୦ରେ ବିଶ୍ୱ ଶର୍ମା ଆସାମରେ ଏକ ବିବାଦୟୀ ଆଇନ୍ ଆଣିଥିଲେ। ଯାହା ମାଧ୍ୟମରେ ରାଜ୍ୟରେ ପଞ୍ଜିକୃତ ସମସ୍ତ ମଦ୍ରାସାକୁ ଜାନୁଆରୀ ୨୦୨୩ ସୁଦ୍ଧା ସ୍କୁଲ୍‌ରେ ପରିଣତ କରିବାକୁ ଆଇନ ରହିଥିଲା। ସୂଚନା ଥାଉକି ଆସାମରେ ୩ ହଜାର ପଞ୍ଜିକୃତ ଓ ଅଣପଞ୍ଜିକୃତ ମଦ୍ରାସା ରହିଛି। ସେହିପରି ବାଂଲାଦେଶ ପ୍ରବାସୀମାନେ ଆମ ଦେଶର ସଭ୍ୟତା ଓ ସଂସ୍କୃତି ପାଇଁ ବିପଦ ବୋଲି ଶ୍ରୀ ଶର୍ମା କହିଛନ୍ତି।

କଂଗ୍ରେସ ନୂଆ ମୋଗଲ

କଂଗ୍ରେସ ମୋଗଲ ଭଳି ଆଚରଣ କରି ଦେଶକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ଶର୍ମା କହିଛନ୍ତି। ଦିନେ ମୁଗଲ ଭାରତକୁ ଦୁର୍ବଳ କରିବାକୁ କାମ କରୁଥିଲେ। ଏ କଂଗ୍ରେସ ଆଜିର ନୂଆ ମୋଗଲ। ଯଦି କେଉଁଠି ରାମ ମନ୍ଦିର ହେଲା ତେବେ ସେମାନେ ଆପତ୍ତି କରୁଛନ୍ତି। କାହିଁକି ଆପଣ ବାରମ୍ବାର ବାବରି ମସ୍‌ଜିଦ୍‌ ବିଷୟରେ କହୁଛନ୍ତି? ରାମ ମନ୍ଦିର ବିଷୟରେ ଥରେ ବି କହୁ ନାହାନ୍ତି। ଆପଣ କଣ ମୋଗଲ ବାଦ୍‌ଶାହ କି ? ବୋଲି କହି କଂଗ୍ରେସ ସମାଲୋଚନା କରିଛନ୍ତି ଶ୍ରୀ ଶର୍ମା।

Comments are closed.