Latest Odisha News

BREAKING NEWS

ଋଷ ବିରୋଧରେ ଲଢ଼ିବେ ଏହାର ଯୁଦ୍ଧ ବିମାନ

କିଭ: ଯେଉଁ ବିମାନକୁ ନିଜେ ଋଷ ନିର୍ମାଣ କରିଥିଲା, ସେହି ବିମାନ ହିଁ ଋଷ ବିରୋଧରେ ଯୁଦ୍ଧ ଲଢ଼ିବ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ । ବାସ୍ତବରେ ଋଷ ଆକ୍ରମଣର ଜବାବ ଦେବାକୁ ଏବେ ୟୁକ୍ରେନକୁ ସହାୟତାର ହାତ ବଢ଼ାଇଛି ପୋଲାଣ୍ଡ । ପୋଲାଣ୍ଡ ୟୁକ୍ରେନକୁ ମିଗ-୨୯ ଯୁଦ୍ଧ ବିମାନ ଯୋଗାଇବ ବୋଲି ଘୋଷଣା କରିଛି। ପୋଲାଣ୍ଡର ରାଷ୍ଟ୍ରପତି ଆଣ୍ଡ୍ରେଜେ ଡୁଡା କହିଛନ୍ତି ଯେ ଆଗାମୀ କିଛି ଦିନ ମଧ୍ୟରେ ସୋଭିଏତ ଋଷ ଦ୍ୱାରା ନିର୍ମିତ ମିଗ୍ -୨୯ ଯୁଦ୍ଧ ବିମାନକୁ ୟୁକ୍ରେନକୁ ଦିଆଯିବ ।

ବଡ଼କଥା ଯେ ଏହି ମିଗ୍ -୨୯ ଯୁଦ୍ଧ ବିମାନ ୧୯୭୦ ଦଶକରେ ସୋଭିଏତ୍ ୟୁନିଅନରେ ତିଆରି ହୋଇଥିଲା ଏବଂ ବର୍ତ୍ତମାନ ଋଷ ବିରୁଦ୍ଧରେ ଲଢ଼ିବ । ଡୁଡା କହିଛନ୍ତି ଯେ ପୋଲାଣ୍ଡ ୟୁକ୍ରେନକୁ ୧୧ରୁ ୧୯ଟି ମିଗ-୨୯ ଯୁଦ୍ଧ ବିମାନ ଦେଇପାରେ। ତେବେ ପୋଲାଣ୍ଡ ବ୍ୟତୀତ ଆଉ କେଉଁ ଦେଶ ମଧ୍ୟ ଯୁଦ୍ଧ ବିମାନ ଯୋଗାଇବେ ତାହା ଜଣାପଡିନାହିଁ । ପୋଲାଣ୍ଡ ସରକାରଙ୍କ ମୁଖପାତ୍ର ପିଓତ୍ର ମ୍ୟୁଲର ବୁଧବାର କହିଛନ୍ତି ଯେ ୟୁକ୍ରେନକୁ ମିଗ ଯୁଦ୍ଧବିମାନ ଯୋଗାଇବା ପାଇଁ ଅନ୍ୟାନ୍ୟ ଦେଶ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ଉଲ୍ଲେଖ ଥାଉ କି ପୋଲାଣ୍ଡ ପୂର୍ବରୁ ୟୁକ୍ରେନକୁ ଜର୍ମାନ ନିର୍ମିତ ଲେପର୍ଡ-୨ ଟ୍ୟାଙ୍କ ମଧ୍ୟ ଯୋଗାଇଥିଲା ।

Leave A Reply

Your email address will not be published.