ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କୁ ଆସାମ ମୁଖ୍ୟମନ୍ତ୍ରୀଙ୍କ ଆଟାକ୍। ନାଁ ନ ନେଇ ଗୌରବଙ୍କୁ ହିମନ୍ତ ବିଶ୍ବଶର୍ମାଙ୍କ କଡ଼ା ସମାଲୋଚନା। ଗୌରବଙ୍କ ପାକିସ୍ତାନ ଲିଙ୍କ୍ ପ୍ରସଙ୍ଗ ପୁଣି ଉଠାଇଲେ ହିମନ୍ତ ବିଶ୍ବଶର୍ମା। ଅପରେସନ୍ ସିନ୍ଦୂର ବାବଦରେ କଂଗ୍ରେସ ତାଲିକାକୁ ନେଇ ସମାଲୋଚନା କଲେ ଆସାମ ମୁଖ୍ୟମନ୍ତ୍ରୀ।
ତାଲିକାରୁ ଗୌରବଙ୍କ ନାଁ ହଟାଇବାକୁ ରାହୁଲଙ୍କୁ ଅପିଲ୍ କଲେ ହିମନ୍ତ ବିଶ୍ୱଶର୍ମା। ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଗୌରବଙ୍କୁ ଦୂରେଇ ରଖିବାକୁ କହିଲେ। ଆସାମର ସାଂସଦ ଜଣଙ୍କ ୨ ସପ୍ତାହ ପାକିସ୍ତାନରେ ରହିଥିଲେ। ତାଙ୍କ ପତ୍ନୀ ପାକିସ୍ତାନର ଏକ ଏନଜିଓଠାରୁ ମଧ୍ୟ ବେତନ ପାଉଛନ୍ତି। ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ତାଙ୍କୁ ଏଭଳି ଦାୟିତ୍ବରୁ ଦୂରେଇ ରଖାଯାଉ ବୋଲି କହିଛନ୍ତି ହିମନ୍ତ।
ଏବେ ଭାରତ ପକ୍ଷରୁ ଅପରେସନ ସିନ୍ଦୂର ସମ୍ପର୍କରେ ୮ଟି ଦେଶକୁ ଏକ ପ୍ରତିନିଧିମଣ୍ଡଳ ପଠାଯାଉଛି, ଯେଉଁମାନେ ବିଦେଶରେ ଅପରେସନ ସମ୍ପର୍କରେ ନିଜର ପକ୍ଷ ଉପସ୍ଥାପନ କରିବେ ଏବଂ ପାକିସ୍ତାନର ପର୍ଦ୍ଦାଫାସ କରିବେ। ଏହି ପ୍ରତିନିଧିମଣ୍ଡଳ ପାଇଁ କଂଗ୍ରେସ ପକ୍ଷରୁ ଗୌରବ ଗୋଗୋଇଙ୍କ ନାମ ମଧ୍ୟ ଦିଆଯାଇଥିଲା। ଗୌରବ ଗୋଗୋଇଙ୍କ ନାମ ଦିଆଯିବା ପରେ ଆସାମ ମୁଖ୍ୟମନ୍ତ୍ରୀ ଏହାକୁ ବିରୋଧ କରୁଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଶନିବାର ଦିନ ପ୍ରତିନିଧିମଣ୍ଡଳରେ କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କ ନାମକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆ ହ୍ୟାଣ୍ଡେଲ X ରେ ପୋଷ୍ଟ କରି ହିମନ୍ତ ବିଶ୍ୱ ଶର୍ମା ଗୌରବ ଗୋଗୋଇଙ୍କ ନାମ ନ ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି।
Comments are closed.