Latest Odisha News

BREAKING NEWS

ଆସାମ-ମିଜୋରାମ ସୀମାରେ ଦୁଇ ଗୋଷ୍ଠୀ ଭିତରେ ହିଂସାତ୍ମକ ସଂଘର୍ଷ

ନୂଆଦିଲ୍ଲୀ: ଆସାମ-ମିଜୋରାମ ସୀମାରେ ଦୁଇ ଗୋଷ୍ଠୀ ଭିତରେ ହିଂସାତ୍ମକ ସଂଘର୍ଷ କାରଣରୁ ଦୁଇ ରାଜ୍ୟର ସୀମାରେ ଉତ୍ତେଜନା ଜାରି ରହିଛି । ଏହି ହିଂସାକାଣ୍ଡରେ ବହୁ ଲୋକ ଆହତ ହୋଇଛନ୍ତି । ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ  ସ୍ଥିତିର ରିପୋର୍ଟ ପ୍ରଧାନମନ୍ତ୍ରୀ  ଓ କେନ୍ଦ୍ର ଗୃହମନ୍ତ୍ରଣାଳୟକୁ ଦେଇଛନ୍ତି । ଏହା ସହିତ ମିଜୋରାମର ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗଙ୍କ ସହିତ ଆଲୋଚନା କରିଛନ୍ତି । ମିଜୋରାମର ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗା ଆସାମର ମୁଖ୍ୟମନ୍ତ୍ରୀଙ୍କୁ ଦୁଇ ରାଜ୍ୟର ସୀମାରେ ଶାନ୍ତି ବଜାୟ ରଖିବା ସହ ସହଯୋଗ ରଖିବାର ଆଶ୍ବାସନା ଦେଇଛନ୍ତି ।

ଅନ୍ୟପକ୍ଷେ ଆଇଜୋଲର ପୂର୍ବତନ ପୋଲିସ ଅଧିକାରୀ କହିଛନ୍ତି,  ସଂଘର୍ଷ ଏବେ ନିୟନ୍ତ୍ରଣରେ ରହିଛି । ସୁରକ୍ଷାକର୍ମୀଙ୍କୁ ଆସାମର କଚ୍ଚାର ଜିଲ୍ଲା ଓ ମିଜୋରାମର କୋଲାସିଭ ଜିଲ୍ଲା ଅନ୍ତର୍ଗତ ସୀମାବର୍ତ୍ତୀ କ୍ଷେତ୍ରରେ ମୁତୟନ କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ଆସାମର କଛାର ଜିଲ୍ଲାର ଲାୟଲପୁରରେ ଶନିବାର ସନ୍ଧ୍ୟାରେ ଆସାମ ଓ ମିଜୋରାମର ଦୁଇ ଗୋଷ୍ଠୀ ଭିତରେ ସଂଘର୍ଷ ହେବା କାରଣରୁ ବହୁ ଲୋକ ଆହତ ହୋଇଛନ୍ତି । ସୀମା ସହିତ ଲୈଲାପୁର ଅଞ୍ଚଳରେ ଉପଦ୍ରବୀମାନେ ବହୁ ଘରେ ନିଆଁ ଲଗାଇ ଦେଇଥିଲେ ।

Leave A Reply

Your email address will not be published.