Latest Odisha News

BREAKING NEWS

ଆସାମରେ ଗଠନ ହେବ ୪ ନୂତନ ଜିଲ୍ଲା ଓ ୮୧ଟି ଉପଜିଲ୍ଲା, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଗୌହାଟି: ଆସାମକୁ ମିଳିବ ୪ ନୂଆ ଜିଲ୍ଲା। ରାଜ୍ୟରେ ୪ ନୂତନ ଜିଲ୍ଲା ଓ ୮୧ଟି ଉପଜିଲ୍ଲା ଗଠନ ହେବା ନେଇ ଶୁକ୍ରବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ଶର୍ମା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରୀମଣ୍ଡଳର ୧୦୦ତମ ବୈଠକରେ ଅଧ୍ୟକ୍ଷତା କରି ଗଣମାଧ୍ୟମ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଶାସନିକ ଦକ୍ଷତାରେ ସୁଧାର ପାଇଁ ରାଜ୍ୟରେ ଏହି ନୂଆ ଜିଲ୍ଲା ଏବଂ ଉପଜିଲ୍ଲା ଗଠନ କରାଯିବ। ଏଥିପାଇଁ ରାଜ୍ୟ କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଛି। ନୂତନ ଭାବେ ଗଠନ ହେବାକୁ ଥିବା ୪ ଜିଲ୍ଲା ହେଉଛି, ହୋଜଇ, ବିଶ୍ୱନାଥ, ତମୁଲପୁର ଓ ବଜାଲି। ନୂତନ ଜିଲ୍ଲା ନିର୍ମାଣ ପରେ ଆସାମରେ ମୋଟ ୩୫ଟି ଜିଲ୍ଲା ହେବ।

ହୋଜଇ ଜିଲ୍ଲାରେ ଲୁମଡିଙ୍ଗ୍‌, ହୋଜଇ ଓ ବିନକାଣ୍ଡୀ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଭୁକ୍ତ ରହିଛି। ବିଶ୍ୱନାଥ ଜିଲ୍ଲାରେ ବିହାଲି, ବିଶ୍ୱନାଥ ଓ ଗୋହପୁର ବିଧାନସଭା ନିର୍ବାଚନମଣ୍ଡଳୀ ରହିଛି। ସେହିପରି ତାମୁଲପୁର ଜିଲ୍ଲାରେ ତାମୁଲପୁର ଓ ଗୋରେଶ୍ୱର ନିର୍ବାଚନମଣ୍ଡଳୀ ଅନ୍ତର୍ଭୁକ୍ତ ଥିବାବେଳେ ବଜାଲି ଜିଲ୍ଲାରେ ରହିଛି ବଜାଲି ଓ ଭବାନୀପୁର-ସୋରଭୋଗ ନିର୍ବାଚନମଣ୍ଡଳୀ।

Leave A Reply

Your email address will not be published.