Latest Odisha News

ଦ୍ୱିତୀୟ ଥର ପାଇଁ ପିତା ହେଲେ ଯୁବରାଜ

ଚଣ୍ଡୀଗଡ: ଭାରତୀୟ କ୍ରିକେଟର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଦ୍ୱିତୀୟ ଥର ପାଇଁ ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଶୁକ୍ରବାର ଯୁବରାଜଙ୍କ ପତ୍ନୀ ହାଜେଲ କୀଚ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଯୁବରାଜ ଏହି ଖୁସି ଖବର ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କୁ ଜଣାଇଛନ୍ତି । ଗୁରୁବାରଠାରୁ ଆମେ ଅନିଦ୍ରା ରହିଛୁ । ଭଗବାନ ଆମ ଡାକ ଶୁଣି ରାଜକୁମାରୀ ଅଉରାଙ୍କୁ ଆମ ପାଖକୁ ପଠାଇଛନ୍ତି । ପୂର୍ବରୁ ସେମାନଙ୍କ ଓରିଅନ ନାମକ ପୁତ୍ର ସନ୍ତାନ ରହିଛି । ଯୁବରାଜ ତାଙ୍କ କୁନି ପରିବାର ସହ ଫଟୋ ମଧ୍ୟ ଶେୟାର କରିଛନ୍ତି ।

୩୦ ନଭେମ୍ବର ୨୦୧୬ରେ ଯୁବରାଜ ଓ ହିଜେଲ ବିବାହ କରିଥିଲେ । ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପ୍ରେମସମ୍ପର୍କ ରହିଥିଲା । ସଲମାନଙ୍କ ବଡିଗାର୍ଡ ଫିଲ୍ମରେ ଅଭିନୟ କରି ହାଜେଲ ଚର୍ଚ୍ଚାକୁ ଆସିଥିଲେ । ଅପରପକ୍ଷରେ ଭାରତକୁ ୨ ଥର ବିଶ୍ୱବିଜୟୀ କରାଇବାରେ ଯୁବି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏପରିକି ତାଙ୍କୁ କ୍ୟାନ୍ସର ହୋଇଥିବା ବେଳେ ସେ ୨୦୧୧ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିଲେ ।

Leave A Reply

Your email address will not be published.