Latest Odisha News

୬ସହକର୍ମୀଙ୍କୁ ଗୁଳିକରି ନିଜକୁ ଗୁଳି ମାରିଦେଲେ ଯବାନ

ନୂଆଦିଲ୍ଲୀ: ୬ ସହକର୍ମୀ ଯବାନଙ୍କୁ ଗୁଳିକଲେ ଆସାମ ରାଇଫଲ୍‌ର ଯବାନ।ଏହାପରେ ନିଜକୁ ଗୁଳି ମାରି ଦେଇଛନ୍ତି ଯବାନ। ଦକ୍ଷିଣ ମଣିଲୁର ସାଜିକ୍ ଚମ୍ପକ ଅଞ୍ଚଳରେ ଘଟିଛି ଏଇ ଘଟଣା। ଯବାନ ଜଣକ ନିଜ ବନ୍ଧୁକରୁ ସହକର୍ମୀଙ୍କୁ ଗୁଳି କରିଛନ୍ତି। ଆହତମାନଙ୍କ ମଧ୍ୟରୁ କେହି ବି ମଣିପୁରର ହୋଇନଥିବା ବେଳେ ସମସ୍ତଙ୍କୁ ଚିକିତ୍ସା ପାଇଁ ମିଲିଟାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ମଣିପୁରର ଏହି ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ଚାଲିଥିବା ହିଂସା ଯୋଗୁଁ ଏହି ଘଟଣା ଘଟିନି ବୋଲି ପୋଲିସ ସ୍ପଷ୍ଟ କରିଛି। ପୋଲିସ କହିଛି, ‘ମଣିପୁରରେ ଚାଲିଥିବା ଜାତିଆଣ ହିଂସା ପାଇଁ ଏହା ଘଟିନି। କୌଣସି ଗୁଜବ ପ୍ରଚାର କରନ୍ତୁନି। ନିଶ୍ଚିତ ଭାବେ ଘଟଣା ଦୁର୍ଭାଗ୍ୟଜନକ। ମାତ୍ର ପୋଲିସ ଘଟଣାର ତଦନ୍ତ କରୁଛି’। ଏପରି ଘଟଣା କାହିଁକି ଘଟିଲା ତାହାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

 

 

Comments are closed.