Latest Odisha News

BREAKING NEWS

ବିବାହ ଆଗରୁ ଭାବି ସ୍ୱାମୀଙ୍କୁ ଗିରଫ କଲେ ଆସାମ ଏସଆଇ

ଭୁବନେଶ୍ୱର: ଆସାମ ର ଜଣେ ଠକ କୁ ବାହାଘର ଆଗରୁ ଧରିଛନ୍ତି ଏସଆଇ କନ୍ୟା । ଉଭୟଙ୍କ ର ନିର୍ବନ୍ଧ ସରିଯାଇଥିଲା । ଆଉ ଅଳ୍ପ ଦିନ ବାକି ଥିଲା ଶୁଭ ଦିନ । ହେଲେ ଠକାମି ଶିକାର ହୋଇଥିବା କିଛି ଲୋକ କନ୍ୟା ର ଜୀବନ ବଂଚାଇବା ସହ ଠକ କୁ ଧରା ପକେଇ ଦେଇଥିଲେ ।

BjdElectrycity

ଏହି ଠକ ହେଉଛି, ରାଣା ପୋଗାଗ । ସେ ନିଜକୁ ଓଏନଜିସି ର କର୍ମଚାରୀ କହି ସମସ୍ତଙ୍କୁ ଠକୁଥିଲା । ଓଏନଜିସି ର ପିଆରଓ (ଲୋକ ସଂପର୍କ ଅଧିକାରୀ) କହି ବିଭିନ୍ନ ଚାକିରି ଆଶାୟୀ ଙ୍କ ଚାକିରି କରେଇ ଦେବା ପାଇଁ ଟଙ୍କା ନେଉଥିଲା ।

ସେହି ପରିଚୟ ଦେଇ ସେ ଜନମୋନି ରଭା କୁ ବିବାହ କରିବାକୁ ଯୋଜନା କରିଥିଲା । ଯୋଜନା ମୁତାବକ ସବୁ ଠିକ୍ ଚାଲିବାରୁ ନିର୍ବନ୍ଧ ବି ହୋଇଯାଇଥିଲା । ହେଲେ ଠକ କୁ ଠିକି ଦେଲେ ଏସଆଇ ଜନମୋନି ।

ରାଣା ଠାରୁ ଠକାମି ର ଶିକାର ହୋଇଥିବା ତିନି ଜଣ ଜନମୋନି ଙ୍କ ନିକଟରେ ପହଞ୍ଚି ଯାଇଥିଲେ । ଆଉ ସବୁ ସତ ବଖାଣି ଦେଇଥିଲେ । ତା ପରେ ରାଣା ବିରୋଧରେ ଜନମୋନି ଏଫଆଇଆର ରୁଜୁ କରିଥିଲେ । ଆଉ ରାଣା କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ଗତ ବର୍ଷ ଅକ୍ଟୋବର ରେ ଉଭୟ ନିର୍ବନ୍ଧ କରି ବିବାହ ପ୍ରସ୍ତୁତି ରେ ଲାଗିଥିଲେ । ହେଲେ ଜନମୋନି ବଂଚିଗଲେ ଆଉ ରାଣା ଯୋଜନା ଫସର ଫାଟିଗଲା । ଜାନୁଆରୀ ମାସ ରେ ବିଜେପି ବିଧାୟକ ଅମୀୟ କୁମାର ଭୂୟାଁ କୁ ବିରୋଧ କରି ଜନମୋନି ଚର୍ଚ୍ଚା କୁ ଆସିଥିଲେ ।

Leave A Reply

Your email address will not be published.