Latest Odisha News

BREAKING NEWS

ଡୋଜର ଚକା ରେ ପମ୍ପ ଦେଲା ବେଳେ ଚାଲିଗଲା ପ୍ରାଣ

ରାୟପୁର: ବୁଲ୍ ଡୋଜର ରେ ପମ୍ପ ଦେଉ ଦେଉ ପ୍ରାଣ ଚାଲିଗଲା । ମଙ୍ଗଳବାର ସିଲତାରା ଅଂଚଳରେ ଦୁଇ ଜଣ ବ୍ୟକ୍ତି ଏକ ବୁଲ୍ ଡୋଜର ଚକା ରେ ପମ୍ପ ଭରୁଥିଲେ । ହଠାତ୍ ବୋମା ଫୁଟିଲା ଭଳି ଆବାଜ୍ ହେଲା । କିଛି ସମୟ ଚାରିଆଡ଼େ ଧୂଆଁ ଧୂଆଁ ହୋଇଗଲା । ତା ପର ଦୃଶ୍ୟ ଦେଖଣାହାରୀଙ୍କୁ ଆଶ୍ଚର୍ଯ୍ୟ କରିଦେଲା ।

ଚାରିଆଡ଼ ଧୂଆଁ ମୟ । ଆଉ ଚକା ଫାଟିଥିବା ସ୍ଥାନରେ ପଡ଼ିଥିଲା ଦୁଇଟି ଦର ଫଟା ଶବ । ଚକା ରେ ପମ୍ପ ଭରୁଥିବା ଦୁଇ କର୍ମଚାରୀ ଆଶ୍ଚର୍ଯ୍ୟଜନକ ଭାବେ ପ୍ରାଣ ତ୍ୟାଗ କରିଥିଲେ । କେହି କିଛି ଭାବିବା ଆଗରୁ, ଏଭଳି ଆଶଙ୍କା କରିବା ଆଗରୁ ଚାଲିଗଲା ଦୁଇ ଜଣଙକ ଜୀବନ ।

ମୃତକ ହେଉଛନ୍ତି ରାଜପଲ ସିଂ ଓ ପ୍ରଞ୍ଜନ ନାମଦେବ । ଉଭୟ ମଧ୍ୟପ୍ରଦେଶ ର ସତନା ଅଂଚଳ ର ବୋଲି ଜଣାପଡ଼ିଛି । ତେବେ କେଉଁ ପରିସ୍ଥିତି ରେ ଏଭଳି ଘଟିଲା ତାହାର ଅନୁସନ୍ଧାନ ଚାଲିଛି । ଘଟଣା ଟି ଗ୍ୟାରେଜ ରେ ଲାଗିଥିବା ସିସିଟିଭି ରୁ ଦୃଶ୍ୟମାନ ହୋଇଛି । ଏଭଳି ଆଶ୍ଚର୍ଯ୍ୟ କରିଦେଲା ଭଳି ଦୁର୍ଘଟଣା ସାରା ରାଜ୍ୟ ରେ ଚହଳ ପକାଇ ଦେଇଛି ।

Leave A Reply

Your email address will not be published.