Latest Odisha News

BREAKING NEWS

ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା: ବଡ ପଦକ୍ଷେପ ନେଲା କ୍ରାଇମବାଞ୍ଚ

ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ଏବେ ଆକ୍ସନ ମୋଡରେ କ୍ରାଇମବାଞ୍ଚ । ଗୁରୁବାର ସେନା ଅଧିକାରୀଙ୍କ ବାନ୍ଧବୀଙ୍କ ହୃଦୟ ବିଦାରକ ବୟାନ ଆସିବା ପରେ ନିଲମ୍ବିତ ଆଇଆଇସି ଓ ଅନ୍ୟ ୪ ପୋଲିସ କର୍ମଚାରୀଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ । ସେନା ଅଧିକାରୀଙ୍କ ଏତଲା ପରେ ଅପରାଧିକ ମାମଲା ରୁଜୁ କରାଯାଇଛି । କ୍ରାଇମବ୍ରାଞ୍ଚ କେସ୍ ନଂ ୧୧/୨୦୨୪ରେ ମାମଲା ରୁଜୁ କରିଛି ।

ଭରତପୁର ଥାନାରେ ଆର୍ମି ମେଜର ଗୁରୁବଂଶ ସିଂ ଓ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ହୋଇଥିବା ନିର୍ଯାତନା ମାମଲାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ୪ ପୁଲିସ କର୍ମଚାରୀଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ ।

ତେବେ ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯାତନା ଓ ଦୁର୍ବ୍ୟବହାର ପ୍ରଦର୍ଶନ ଘଟଣା ପୂରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇ ଥାନା ଆଇଆଇସିଙ୍କ ସମତେ ୫ ପୁଲିସ୍‌ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ତେବେ ଏହି ଘଟଣାର ମୂଳ ମାମଲାର ବି ତଦନ୍ତ ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ପୁଲିସ ଡିଜିପି ୱାଇ ବି ଖୁରାନିଆ । ଏହି ମାମଲାରେ ସେନା ଅଧିକାରୀ ଓ ସେମାନଙ୍କ ରାସ୍ତା ଉପରେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ରୋଡ ରୋମିଓଙ୍କୁ ଚିହ୍ନଟ କରାଯିବ । ଏହାକୁ ନେଇ ସେନା ଅଧିକାରୀଙ୍କ ଅଭିଯୋଗ ଆଧାରରେ ଏକ ନୂଆ ମାମଲା ରୁଜୁ କରାଯିବ । ଏହି ମାମଲା ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଉପରେ ଆକ୍ସନ ନିଆଯିବ ବୋଲି ଗତକାଲି ଡିଜିପି କହିଥିଲେ ।

ତେବେ ୨୨ ଶିଖ ରେଜିମେଣ୍ଟର ସେନା ଅଧିକାରୀ ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀ ଗତ ଶନିବାର ବିଳମ୍ବିତ ରାତିରେ ପଟିଆରୁ କାର୍‌ରେ ଯାଉଥିବା ସମୟରେ ମଝି ରାସ୍ତାରେ ୨ଟି କାର୍‌ରେ କିଛି ରୋଡ୍‌ ରୋମିଓ ଆସି ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଯାହାକୁ ନେଇ ଦୁହେଁ ଅଭିଯୋଗ କରିବା ପାଇଁ ଭରତପୁର ଥାନାକୁ ଯାଇଥିଲେ। ହେଲେ ଥାନା ଅଧିକାରୀ ଏନେଇ କାର୍ଯ୍ୟନୁଷ୍ଠାନ ନଗ୍ରହଣ କରି ଲିଖିତ ଅଭିଯୋଗ କରିବାକୁ କହିଥିଲେ । ଯାହାକୁ ନେଇ ପୋଲିସ୍ ଓ ମେଜରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।

ଏହାପରେ ମେଜରଙ୍କୁ ପୋଲିସ୍ ରାତି ତମାମ ଜେଲରେ ରଖିବା ସହିତ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିବା ସହିତ ମାଡ ମରିବା ଅଭିଯୋଗ କରିଥିଲେ ମେଜର । ପରେ ପୋଲିସ୍ ବାନ୍ଧବୀଙ୍କୁ ମଧ୍ୟ ଗିରଫ କରି ଝାରପଡା ଜେଲ ପଠାଇଦେଇଥିଲା । ତେବେ ଗତକାଲି ବାନ୍ଧବୀ ଜଣଙ୍କ ପୋଲିସ୍ ମାଡରେ ଗୁରୁତର ଆହତ ହୋଇ ଏମ୍ସରେ ଚିକିତ୍ସାଧୀନରୁ ଡିସଚାର୍ଜ ହୋଇ ଫେରି ଭରତପୁର ଥାନାର ବର୍ବରତା ବଖାଣିଥିଲେ । କିପରି ପୋଲିସ ଆଇଆଇସି ଓ ଅନ୍ୟ ପୋଲିସ କର୍ମଚାରୀ ତାଙ୍କୁ ମାଡ ମାରିବା ସହ ଯୌନ ନିର୍ଯାତନା ପାଇଁ ମଧ୍ୟ ଉଦ୍ୟମ କରିଥିଲେ । ସେପଟେ ଏନେଇ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯାତନା ଓ ଦୁର୍ବ୍ୟବହାର ପ୍ରଦର୍ଶନ ଘଟଣା ପୂରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇ ଥାନା ଆଇଆଇସିଙ୍କ ସମତେ ୫ ପୁଲିସ୍‌ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ତେବେ ଏହି ଘଟଣାର ମୂଳ ମାମଲାର ବି ତଦନ୍ତ ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ପୁଲିସ ଡିଜିପି ୱାଇ ବି ଖୁରାନିଆ । ଏବେ କ୍ରାଇମବ୍ରାଞ୍ଚ ମଧ୍ୟ ନିଲମ୍ବିତ ଅଧିକାରୀଙ୍କ ଉପରେ ଅପରାଧିକ ମାମଲା ରୁଜ୍ଜୁ କରି ପଚରାଉଚରା ଆରମ୍ଭ କରିଛି ।

Leave A Reply

Your email address will not be published.