Latest Odisha News

ଭରତପୁର ଥାନା ମାମଲା: ମୂଳ ଘଟଣାର ସିନ୍ ରିକ୍ରିଏସନ କଲା ପୋଲିସ୍

ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା । ମୂଳ ଘଟଣାର ସିନ୍ ରିକ୍ରିଲସନ କଲା ଚନ୍ଦକା ପୋଲିସ । ଯେଉଁ ଘଟଣାର ମାମଲା ରୁଜ୍ଜୁ ପାଇଁ ଆଜି ଏତେ ସବୁ ଅଘଟଣ ଘଟିଲା ସେଥିରେ ଚନ୍ଦକା ପୋଲିସ୍ ଶୁକ୍ରବାର ୭ ଜଣଙ୍କୁ ଅଟକ ରଖି ପଚରା ଉଚରା କରିଥିବା ଅନ୍ୟ ଆସାମୀଙ୍କୁ ଖୋଜୁଛି ପୋଲିସ୍ । ଏହାରି ଭିତରେ ଆଜି ଘଟଣାସ୍ଥଳକୁ ଉକ୍ତ ୭ ଜଣ ଦୁର୍ବୃତ୍ତଙ୍କୁ ନେଇ ସେଦିନ ରାତିରେ କ’ଣ ଘଟିଥିଲା ସୁନ୍ଦରପୁର ରାସ୍ତାରେ ତାହାର ସିନ୍ ରିକ୍ରିଏସନ କରିଛି ।

ମେଜର ଓ ବାନ୍ଧବୀଙ୍କୁ ରୋଡ୍ ରୋମିଓ ଦୁର୍ବ୍ୟବହାର କରିବା ଘଟଣାରେ ଧରାପଡିଥିବା ୭ ଜଣ ଯୁବକଙ୍କୁ ନେଇ ସୁନ୍ଦରପୁରରେ ସିନ୍ ରିକ୍ରେଏସନ୍ କରିଛି ଚନ୍ଦକା ପୋଲିସ । ଏଥିସହିତ ଫେରାର୍ ଥିବା ଆହୁରି ୩/୪ ଯୁବକଙ୍କୁ ଖୋଜୁଛି ପୋଲିସ । ତେବେ ଏନେଇ ସେଦିନ ରାତିରେ ଘଟିଥିବା ଘଟଣାର ଭିଡିଓ ଭାଇରାଲ ହେବା ପରେ ଏହାର ଆଧାରରେ ପୋଲିସ୍ ୭ ଜଣ ଦୁର୍ବୃତ୍ତଙ୍କୁ ଅଟକ ରଖିଛି । ସେପଟେ ଏପର୍ଯ୍ୟନ୍ତ କାହିଁକି ସେ ୭ ଜଣଙ୍କୁ ଗିରଫ କରାଯାଇନାହିଁ ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ତେବେ ଗତ ୧୫ ତାରିଖରେ ୨୨ ଶିଖ ରେଜିମେଣ୍ଟର ସେନା ଅଧିକାରୀ ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀ ଗତ ଶନିବାର ବିଳମ୍ବିତ ରାତିରେ ପଟିଆରୁ କାର୍‌ରେ ଯାଉଥିବା ସମୟରେ ମଝି ରାସ୍ତାରେ ୨ଟି କାର୍‌ରେ କିଛି ରୋଡ୍‌ ରୋମିଓ ସେମାନଙ୍କୁ ସାଇଡ ମାରିବା ସହ ଦୁର୍ବ୍ୟବହାର କରିଥିଲେ। ଯାହାକୁ ନେଇ ଦୁହେଁ ଅଭିଯୋଗ କରିବା ପାଇଁ ଭରତପୁର ଥାନାକୁ ଯାଇଥିଲେ। ହେଲେ ଥାନା ଅଧିକାରୀ ଏନେଇ କାର୍ଯ୍ୟନୁଷ୍ଠାନ ନଗ୍ରହଣ କରି ଲିଖିତ ଅଭିଯୋଗ କରିବାକୁ କହିଥିଲେ । ଯାହାକୁ ନେଇ ପୋଲିସ୍ ଓ ସେନା ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାପରେ ମେଜରଙ୍କୁ ପୋଲିସ୍ ରାତି ତମାମ ଜେଲରେ ରଖିବା ସହିତ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିବା ସହିତ ମାଡ ମାରିବା ଅଭିଯୋଗ କରିଥିଲେ ମେଜର । ପରେ ପୋଲିସ୍ ବାନ୍ଧବୀଙ୍କୁ ମଧ୍ୟ ଗିରଫ କରି ଝାରପଡା ଜେଲ ପଠାଇଦେଇଥିଲା । ଏହି ଘଟଣାରେ ଗୁରୁବାର ବାନ୍ଧବୀ ମୁହଁ ଖୋଲିବା ପରେ ଭରତପୁର ଥାନାର ବର୍ବରତା ପଦାରେ ପଡିଛି । ତାଙ୍କୁ ଶାରୀରିକ ତଥା ଯୌନ ନିର୍ଯାତନା ଦିଆଯାଇଥିବା ସେ କଥା କହିଛନ୍ତି । ଯାହାକୁ ନେଇ ଏବେ ପୁରା ରାଜ୍ୟରେ ସୃଷ୍ଟି ହୋଇଛି ହଇଚଇ ।

ଏନେଇ କ୍ରାଇମବ୍ରାଞ୍ଚ ଓ ମହିଳା କମିଶନ ମଧ୍ୟ ଥାନାରେ ନିଲମ୍ବିତ ଆଇଆଇସି ଓ ଅନ୍ୟ ଅଧିକାରୀଙ୍କୁ ପଚରାଉଚରା କରିଛନ୍ତି ।

Leave A Reply

Your email address will not be published.