Latest Odisha News

BREAKING NEWS

ପେଟ୍ରୋଲପମ୍ପ କର୍ମଚାରୀଙ୍କ ସହ ମାରପିଟ ଘଟଣା: ଆପ୍ ବିଧାୟକ ଅମାନତୁଲ୍ଲାଙ୍କୁ ନୋଟିସ୍

ନୂଆଦିଲ୍ଲୀ: ବଢିବାରେ ଲାଗିଛି ଆପ୍ ବିଧାୟକ ଅମାନତୁଲ୍ଲା ଖାନଙ୍କ ପୁଅଙ୍କ ଅଡୁଆ । ନୋଏଡାସ୍ଥିତ ପେଟ୍ରୋଲ ପମ୍ପରେ ହୋଇଥିବା ମାରପିଟ୍ ଘଟଣାରେ ନୋଏଡା ପୋଲିସ ନୋଟିସ୍ ଜାରି କରିଛି । ନୋଏଡା ପୋଲିସ ଆପ୍ ବିଧାୟକଙ୍କ ଘରେ ପହଞ୍ଚି ଏକ ନୋଟିସ ଲଗାଇଛି। ପୋଲିସ ଅଭିଯୋଗ କରିଛି ଯେ, ପେଟ୍ରୋଲ ପମ୍ପରେ ହୋଇଥିବା ମାରପିଟ୍ ଘଟଣାରେ ଅମାନତୁଲ୍ଲା ଖାନ୍ ଏବଂ ତାଙ୍କ ପୁଅ ସହଯୋଗ କରୁନାହାଁନ୍ତି ।

ନୋଏଡା ପୋଲିସ ଯେତେବେଳେ ଅମାନତୁଲ୍ଲାଙ୍କ ଘରେ ପହଞ୍ଚିଥିଲା ସେତେବଳେ ତାଙ୍କ ଘର ବାହାର ପଟୁ ବନ୍ଦ ଥିଲା । ଏହାପରେ ପୋଲିସ ଘର ବାହାରେ ହିଁ କାନ୍ଥରେ ନୋଟିସ ଲଗାଇଥିଲା । ନିକଟରେ ନୋଏଡା ପୋଲିସ ଏକ ପେଟ୍ରୋଲ ପମ୍ପରେ କର୍ମଚାରୀଙ୍କୁ ଆକ୍ରମଣ ଓ ଧମକ ଦେଇଥିବା ଅଭିଯୋଗରେ ଦିଲ୍ଲୀର ଆପ୍ ବିଧାୟକ ଅମାନତୁଲ୍ଲା ଖାନ, ତାଙ୍କ ପୁଅ ଅନାସ ଖାନ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଅମାନତୁଲ୍ଲା ମଧ୍ୟ ପେଟ୍ରୋଲ ପମ୍ପ ମ୍ୟାନେଜର ବିନୋଦ ଏବଂ ମାଲିକଙ୍କୁ ମଧ୍ୟ ଧମକ ଦେଇଥିଲେ। ଏ ସମସ୍ତ ଘଟଣା ପେଟ୍ରୋଲ ପମ୍ପରେ ଲଗାଯାଇଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ପୋଲିସ ଏହି ଘଟଣାର ତଦନ୍ତ ଜାରି ରହିଛି।

Comments are closed.