Latest Odisha News

ଦ୍ବିତୀୟ ଦିନରେ ବି ଚାଲିପାରିଲାନି ଗୃହ: ୪ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ବର: ଚାଲିଛି ଚଳିତ ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟର ଦ୍ବିତୀୟ ଦିନ । ହେଲେ ଆଜି ଦ୍ବିତୀୟ ଦିନରେ ବି ଗୃହରେ ଅଚଳ ଅବସ୍ଥା । ପୁଣି ବିରୋଧୀଙ୍କ ହଟ୍ଟଗୋଳ କାରଣରୁ ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି ।

ତେବେ ପ୍ରଥମ ଦିନ ଭଳି ଆଜି ବି ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଚିକିଟି ମଦମୃତ୍ୟୁର ଆରଡିସି ସ୍ତରୀୟ ତଦନ୍ତ ଦାବି କରି ଗୃହରେ ହୋହଲ୍ଲା କରିଥିଲା ବିଜେଡି । ସେହିପରି ଜନଜାତିଙ୍କ ସୁରକ୍ଷା ଓ ଛାତ୍ର ଇଲେକ୍ସନ ଦାବି କରି କଂଗ୍ରେସ ବିଧାୟକମାନେ ମଧ୍ୟ ନିଜ ସିଟରୁ ଉଠି ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ ଆରମ୍ଭ କରିଥିଲେ । ଯାହାକୁ ନେଇ  ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି ।

Comments are closed.