Latest Odisha News

BREAKING NEWS

ଆଜିଠୁ ବିଧାନସଭା ବଜେଟ ଅଧିବେଶନର ୨ୟ ପର୍ଯ୍ୟାୟ; ନବ ଝଡରେ ପୁଣି କମ୍ପିବ ଗୃହ !

ଭୁବନେଶ୍ୱର:  ଆଜିଠୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ପୁଣିଥରେ ସରକାରଙ୍କୁ ଘେରି ପାରନ୍ତି ବିରୋଧି ।  ନବ ଦାସ ହତ୍ୟା ପ୍ରସଙ୍ଗ,  ଦରଦାମ ବୃଦ୍ଧି, ବିଦ୍ୟୁତ କାଟ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଜବାବ ମାଗିବେ ବିରୋଧୀ।  ବ୍ୟତିତ ଖଣି ଖଦାନ ଲୁଟ, ଜଙ୍ଗଲ ନିଆଁ, ହାତୀ ମୃତ୍ୟୁ, ଚାଷୀ ସମସ୍ୟା, ବିଜୁଳି ସମସ୍ୟା ଭଳି ପ୍ରସଙ୍ଗ ବି ବିଧାନସଭାରେ ଉଠାଇବାକୁ ଯୋଜନା କରିଛନ୍ତି ବିରୋଧୀ।

ପ୍ରଥମ ପର୍ଯ୍ୟାୟରେ ବିଧାନସଭାର ବଜେଟ ଅଧିବେଶନ ସାତ ଦିନ ଚାଲିଥିଲା । ବିରୋଧିଙ୍କ ନବ ହତ୍ୟା ପ୍ରସଙ୍ଗ ସରକାରଙ୍କୁ ନାକେଦମ କରି ଦେଇଥିଲା । ଏଥର ବି ରାଜ୍ୟ ସରକାରଙ୍କୁ  ଆକ୍ରମଣ ପାଇଁ ବିରୋଧୀ ପ୍ରସ୍ତୁତ କରିଛନ୍ତି ନୂଆ ଷ୍ଟ୍ରାଟେଜି। ଅନ୍ୟପଟେ ବିରୋଧୀଙ୍କୁ ଆକ୍ରମଣରୁ  ଖସିବା ପାଇଁ ବାଟ ଖୋଜୁଛି ବିଜେଡି।  ତେବେ ଲମ୍ବା ସମୟ ଧରି ଚାଲିବାକୁ ଥିବା ଏହି ଅଧିବେଶନରେ ସରକାର କେମିତି ନିଜକୁ ସୁରକ୍ଷା ଦେଇ ପାରୁଛନ୍ତି, କେମିତି ବିରୋଧୀଙ୍କୁ ଟାଳିବାରେ ସକ୍ଷମ ହେଉଛନ୍ତି ଦେଖିବାର କଥା ।

କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି. ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉଠାଇବ ଦଳ । ନବ ଦାସ ହତ୍ୟାକାଣ୍ଡ ସମର୍କ ବି ଉଠିବ । ଏହି ହତ୍ୟା ଘଟଣା ପାଇଁ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ  ଦାୟୀ କରିଛି କଂଗ୍ରେସ । କାହିଁକି ନବ ଦାସଙ୍କୁ ହତ୍ୟା ହେଲା ଏବେ ଯାଏଁ ଜଣା ପଡିନି । ତଦନ୍ତକାରୀ ଟିମ୍ କ୍ରାଇମବ୍ରାଂଚ ସାମ୍ବାଦିକ ସମ୍ବିଳନୀ କରି ସତ କହିବା ଦରକାର ବୋଲି ନରସିଂହ କହିଛନ୍ତି ।

Leave A Reply

Your email address will not be published.