Latest Odisha News

BREAKING NEWS

ସନ୍ଦିଗ୍ଧ ପାରାକୁ ନେଇ ଆସିଲା ସାଂଘାତିକ ତଥ୍ୟ; ପାରା ସାହାଯ୍ୟରେ ଚୀନ କରୁଛି ଗୋଇନ୍ଦାଗିରି

ଭୁବନେଶ୍ୱର: ପାରାଦୀପ ସମୁଦ୍ର ମଝିରେ ମତ୍ସ୍ୟଜୀବୀଙ୍କ ଦ୍ୱାରା ଉଦ୍ଧାର ହୋଇଥିବା ଗୁଇନ୍ଦା ପାରାକୁ ନେଇ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ । ପାରା ଜରିଆରେ ଚୀନ କରୁଛି ଗୁଇନ୍ଦାଗିରି ।  ଭୁବନେଶ୍ବର ସ୍ଥିତ ରାଜ୍ୟ ଫରେନସିକ ଲାବରେ ପାରା ଦେହରୁ ମିଳିଥିବା ଯନ୍ତ୍ରାଂଶକୁ ପରୀକ୍ଷା ପରେ ଏପରି ତଥ୍ୟ ସାମ୍ନାକୁ ଆସିଛି ।

ପାରାର ଗୋଡରେ ଏକ କ୍ୟାମେରା ଏବଂଚିପ୍ ଲାଗିଥିଲା । ଏଥିରେ ବିଦେଶୀ ଭାଷାରେ କିଛି  ଉଲ୍ଲେଖ ରହିଥିଲା । ଏହି ଲେଖାକୁ ନେଇ  ନେଇ ସନ୍ଦେହ ବଢୁଥିଲା । କ୍ୟାମେରା ଏବଂ ମେମୋରି କାର୍ଡ କୁହାଯାଉଥିବା ଦୁଇ ଯନ୍ତ୍ରାଂଶକୁ ଭୁବନେଶ୍ୱର ରସୁଲଗଡ ଫରେନସିକ ସାଇନ୍ସ ଲାବରୋଟୋରିରେ ଯାଞ୍ଚ କରାଯିବା ଏପରି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ।ଦୁଇ ଡେଣାରେ ଲେଖା ଯାଇଥିବା ଅକ୍ଷର ଚାଇନିଜ ବୋଲି ବିଶେଷଜ୍ଞମାନେ କହିଛନ୍ତି  । ତେବେ ଏହି ଲେଖାର ଅର୍ଥ ରସୁଲଗଡ ଫରେନସିକ ସାଇନ୍ସ ଲାବ ବିଶେଷଜ୍ଞ ଜାଣିପାରି ଥିଲେ । ତେଣୁ ଏହାକୁ ରାଜ୍ୟ ବହାରର ଫରେନସିକ ସାଇନ୍ସ ଲବୋରଟୋରୀକୁ ପଠାଇବା ପାଇଁ ପୋଲିସ ଅଧିକାରୀମାନେ ଯୋଜନା ପ୍ରସ୍ତୁତ କରୁଛନ୍ତି ।

ମାର୍ଚ୍ଚ ୬ ତାରିଖ ଅପରାହ୍ନରେ ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳର ରାମଚଣ୍ଡୀଠାରେ ସାରଥୀ ନାମକ ଏକ ଟ୍ରଲରର ମତ୍ସ୍ୟଜୀବୀମାନେ ଏହି ପକ୍ଷୀକୁ କାବୁ କରିଥିଲେ। ଜିପିଏସ୍ ଟ୍ରାକିଂ ସିଷ୍ଟମ ଭଳି ଦେଖାଯାଉଥିବା ଏହି ‘ପାରା’ ଉପରେ ଏକ ଛୋଟ ଗୁଇନ୍ଦା କ୍ୟାମେରା ଏବଂ ଚିପ୍ ଟ୍ୟାଗ ହୋଇଥିବା ଜଣାପଡ଼ିଛି।

ଯେଉଁ ଟ୍ରଲରରେ ପାରାଟି ଆସି ବସିଥିଲା ସେହି ଟ୍ରଲରର ମତ୍ସ୍ୟଜୀବୀଙ୍କୁ ପୁଲିସ ପଚରାଉଚରା କରିଛି। ଭେଟେରିନାରୀ ସର୍ଜନମାନେ ପାରାଟିର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ପାରାଟି ସୁସ୍ଥ ଥିବା ଜାଣିବାକୁ ପାଇଥିଲେ।

ରସୁଲଗଡ ଫରେନସିକ ସାଇନ୍ସ ଲାବରେ ପରୀକ୍ଷା ପରେ ଜଣାପଡିଥିଲା, ପାରାର ବାମପଟ ଗୋଡରେ ଲାଗିଥିବା ସବୁଜ ରଙ୍ଗର ଯନ୍ତ୍ରାଂଶଟି ସୋଲାର ପ୍ୟାନେଲ । ଏହା ମାଧ୍ୟମରେ ଅନ୍ୟ ଗୋଡରେ ଲାଗିଥିବା ଟ୍ରାନ୍ସମିଟରଟି ଚାର୍ଜ ହୋଇଥାଏ । ଏହି ଟ୍ରାନ୍ସମିଟର ଆମେରିକାରେ ପ୍ରସ୍ତୁତ ହୋଇଥିବା ଜଣାଯାଇଛି । ଏହାକୁ ସାଧାରଣତଃ ଜଙ୍ଗଲ ବିଭାଗ ପଶୁପକ୍ଷୀଙ୍କ ଗତିବିଧି ସମ୍ପର୍କିତ ତଥ୍ୟ ଜାଣିବା ପାଇଁ ବ୍ୟବହାର କରିଥାଏ । ଏ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ଏହାକୁ ନନ୍ଦନକାନନ ପଠାଯାଇଥିଲା । ଏବେ ପାରା ବିଷୟରେ ଅଧିକ ଅନୁଧ୍ୟାନ କରିବା ପାଇଁ ଏହାକୁ କଟକ ବକ୍ସି ବଜାରରେ ଥିବା ପାରା ସେବା କେନ୍ଦ୍ରରେ ରଖାଯିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.