Latest Odisha News

ଆଜି ୭ ରାଜ୍ୟ ୧୩ ବିଧାନସଭାରେ ଚାଲିଛି ଉପନିର୍ବାଚନ

ନୂଆଦିଲ୍ଲୀ: ଆଜି ଦେଶର ୭ଟି ରାଜ୍ୟରେ ୧୩ଟି ବିଧାନସଭା ଆସନରେ ଉପ-ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହୋଇଛି। ଲୋକସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ଏହି ଉପ-ନିର୍ବାଚନରେ ​​ବିହାରରୁ ହିମାଚଳ ପର୍ଯ୍ୟନ୍ତ ଅନେକ ବଡବଡିଆ ନେତାଙ୍କ ପୁଣି ଭାଗ୍ୟ ପରୀକ୍ଷା ହେଉଛି। ଏହି ମତଦାନ ପ୍ରକ୍ରିୟା ସକାଳ ୭ଟା ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଜାରି ରହିବ । ଏହାର ଫଳାଫଳ ଜୁଲାଇ ୧୩ ତାରିଖରେ ପ୍ରକାଶ କରାଯିବ ।

କିଛି ସଦସ୍ୟଙ୍କ ମୃତ୍ୟୁ କାରଣ ଏବଂ କିଛି ସଦସ୍ୟଙ୍କ ଇସ୍ତଫା ଯୋଗୁଁ ଏହି ଉପନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଉପ-ନିର୍ବାଚନ ହେବାକୁ ଯାଉଥିବା ୭ଟି ରାଜ୍ୟ ମଧ୍ୟରେ ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ପଞ୍ଜାବ, ହିମାଚଳ ପ୍ରଦେଶ, ବିହାର, ତାମିଲନାଡୁ ଏବଂ ମଧ୍ୟପ୍ରଦେଶ ରହିଛି। ସେହିପରି ପଶ୍ଚିମବଙ୍ଗର ରାଇଗଞ୍ଜ, ବଗଡା, ମାଣିକତଲା ଏବଂ ରଣାଗତରେ ଉପନିର୍ବାଚନ ଚାଲିଛି । ଉତ୍ତରାଖଣ୍ଡର ବଦ୍ରିନାଥ ଓ ମାଙ୍ଗୋଲର, ପଞ୍ଜାବର ଜଳନ୍ଧରର ପଶ୍ଚିମ ଆସନ, ହିମାଚଳ ପ୍ରଦେଶର ହମିରପୁର, ନାଲାଗଡ ଏବଂ ଦେହରାରେ ଉପନିର୍ବାଚନ ପକ୍ରିୟା ଜାରି ରହିଛି ।

ବିହାରର ରୁପାଲି, ତାମିଲନାଡୁର ବିକ୍ରବଣ୍ଡି, ମଧ୍ୟପ୍ରଦେଶର ଅମରବାଡା ଠାରେ ଉପନିର୍ବାଚନ ଚାଲିଛି। ମତଦାନ ଚାଲିଥିବା ୧୩ଟି ସିଟ ମଧ୍ୟରୁ ବିଜେପି ପୂର୍ବ ଥର ୩ଟି, କଂଗ୍ରେସ ୨ଟି ଏବଂ ଅନ୍ୟାନ୍ୟ ଦଳ ୮ଟି ଆସନ ହାତେଇଥିଲେ । ଏହି ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ତାର କର୍ମୀ ନେତାମାନଙ୍କ ମନୋବଳ ଦୃଢ କରି ଅଧିକ ଆସନ ହାତେଇବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟାନ୍ୟ ଦଳମାନେ ମଧ୍ୟ ଏହି ଉପନିର୍ବାଚନରେ ସଫଳତା ନେବା ପାଇଁ ପ୍ରୟାସ କରୁଛନ୍ତି ।

Comments are closed.